ଦାନ୍ତ ଚିକିତ୍ସା ଶିବିର

ବାଲେଶ୍ୱର (ସରୋଜ ପଣ୍ଡା): ଦିୱେଲଫେୟାର ରାଣୀପାଟଣା ଦୃଷ୍ଟିହୀନ ଓ ମସ୍ତିକ ପକ୍ଷାଘାତ ନିମନ୍ତେ ବିଦ୍ୟାଳୟରେ  ଶ୍ରୀ ସତ୍ୟସାଇ ସେବାସମିତ୍, ବାଲେଶ୍ୱର ସହଯୋଗରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଏକ ଦାନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି ଉକ୍ତ ଶିବିରକୁ ଅନୁଷ୍ଠାନିକ ଭାବରେ ରୋଟରୀୟନ୍ ତଥା କର୍ଣ୍ଣେଲ ଶ୍ରୀଯୁକ୍ତ କ୍ଷେତ୍ରମୋହନ ମହାପାତ୍ର ଉଦଘାଟନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିବାକର ସ ପାରମ୍ଭିକ ଅଭିଭାଷଣରେ ଏହିଭଳି ମହତ କାର୍ଯ୍ୟ ଓ ଏକାସାଙ୍ଗରେ ଚୌଦ ଜଣ ଡାକ୍ତରଙ୍କ ସେବା ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଙ୍କୁ ମିଳିବାର ସୁଯୋଗ ଏହି ବିଦ୍ୟାଳୟକୁ   ମିଳିଥିବାରୁ  ସମସ୍ତଙ୍କ ଉପରେ ଆଭାରିବୋଲି ଅଭି ବ୍ୟକ୍ତ କରିଥିଲେ। କଳିଙ୍ଗ ଇନଷ୍ଟିୟୁଚ୍ ଡେଣ୍ଟାଲ ସାଇନ୍ସ କିଟ୍ ଭୁବନେଶ୍ୱର  ପ୍ରଫେସର ଡାକ୍ତର ପି.ଭି ସମୀର ,ଆୟୁଷ ଜେନା, କୌସ୍ତଭ ଵାଶ୍ରା , ସବ୍ରନିଲ ଭୌମିକ, ସାୟାନଦିପ ସେନଗୁପ୍ତା, ଜଗଡିଶ୍ଵର ରେଡି, ଅନିରବନ୍ ପରିଆ,ସାଇ ସ୍ନିଗ୍ଧା ମହାନ୍ତି,ସହଦେବ ମାଝୀ, ଅନିଲ ବେହେରା, ସତ୍ୟ ଶିବ ସୁନ୍ଦର ଦାସ ଆଶ୍ରିଵାଦ ବେହେରା, ଚନ୍ଦନ କୁମାର ପାସୱାନ ପ୍ରମୁଖ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କର ଦାନ୍ତ ଚିକିତ୍ସା କରିବା ସହ ଦାନ୍ତ ର ଯତ୍ନ ନେବା ନିମନ୍ତେ ପରାମର୍ଶ ଦେଇଥିଲେ। ଶେଷରେ ପୂଜ୍ୟ ଶ୍ରୀ ସତ୍ୟ ସାଇ ଙ୍କ ଆଳତି ଓ ପ୍ରସାଦ ସେବନପରେ କାର୍ଯକ୍ରମର ପରିସମାପ୍ତି ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ଅନ୍ୟାନ୍ୟ କର୍ମଚାରୀ ଓ ଶ୍ରୀ ସତ୍ୟସାଇ ସେବା ସମିତି, ବାଲେଶ୍ୱର ସହଯୋଗରେ କାର୍ଯ୍ୟ ସଫଳ ହୋଇଥିବାରୁ ଅନୁଷ୍ଠାନ ତରଫରୁ ସତ୍ୟ ସାଇ ସେବା ସମିତି କୁ ଅନେକ ଅନେକ ସାଧୁବାଦ ନିର୍ଦେଶକ ଦିବାକର ସ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ