ଶେଷ ଆଡପ ଅଭଡା ପାଇଲେ ଭକ୍ତ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମାଉସୀ ମା’ ଘରେ ବା ଆଡପ ମଣ୍ଡପର ଶେଷ ଅଭଡା ଆଜି ପାଇଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ। ଆଜି ଥିଲା ଶ୍ରୀଜୀଉଙ୍କ ମାଉସୀମା ଘରେ ଶେଷ ଦିନ। ମାଉସୀମା ଘରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ଲାଗିହେବା ପରେ ଭକ୍ତମାନଙ୍କୁ ମିଳିଛି ଆଡପ ମଣ୍ଡପର ଶେଷ ଅଭଡା। ଶ୍ରୀଜୀଉଙ୍କ ବଡପଣ୍ଡା ମାଧବ ଚନ୍ଦ୍ର ପତ୍ରୀଙ୍କ ତତ୍ତ୍ୱ୍ୱାବଧାନରେ ସେବାୟତ ଚୂଇଁନନା ନିତିଆନୀ ଭୋଗ ପ୍ରସ୍ତୁତ କରି ଶ୍ରୀଜୀଉଙ୍କ ପାଖରେ ଲାଗି କରିବା ପରେ ସେହି ଭୋଗକୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବିତରଣ କରିଥିଲେ। ଭକ୍ତମାନେ ଆଜି ଆଡପ ମଣ୍ଡପର ଶେଷ ଅଭଡାକୁ ଚୂଇଁନନାଙ୍କ ଠାରୁ ଗ୍ରହଣ ଗ୍ରହଣ କରି ମହାଆନନ୍ଦ ଲାଭ କରିଥିଲେ। କାରଣ ଅପରାହ୍ନରେ ଶ୍ରୀଜୀଉମାନେ ପହଣ୍ଡି ହୋଇ ରଥାରୁଢ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ