ଦେବସ୍ନାନ ପୂର୍ଣ୍ଣିମା ପୂଜା ଅନୁଷ୍ଠିତ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ତିନି ଠାକୁରଙ୍କ ପବିତ୍ର ଦେବସ୍ନାନ ପୂଜା ଅନୁଷ୍ଠିତ ହୋଇଯାଇଛି। ରାଜ ପୁରୋହିତ ଶ୍ୟାମ ସୁନ୍ଦର ଦାସଙ୍କ ନିର୍ଦେଶରେ ପୁରୋହିତ ନିକୁଞ୍ଜ ଶତପଥୀ, ସଦାନନ୍ଦ ମହାପାତ୍ର,ଆଲୋକ ସାବତଙ୍କ ମିଳିତ ପୌରହିତ୍ୟ ଓ ମନ୍ଦିରର ମୁଖ୍ୟ ସେବକ ନରତମ ଦାସ ଉପସ୍ଥିତ ରହି ରୀତିନୀତି ଓ ପାରମ୍ପରିକ ଅନୁଯାୟୀ ଠାକୁରଙ୍କ ମଙ୍ଗଳାର୍ପଣ,ଡୋରଲାଗି, ଅବକାଶ,ମଇଲୋମ ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ପରେ ମୁନିଗୁଡାର ସେବାୟତ ଭାବେ ତ୍ରିନାଥ ପଣ୍ଡା,ରାଜି ସାହୁ,ପ୍ରଣବ ନିଶଙ୍କ,ପ୍ରମୋଦ ମହାପାତ୍ର,ବୃନ୍ଦାବନ ପାଢ଼ୀ,ଭୈରବ ପଣ୍ଡା,କ୍ଷମା ସାଗର ଦାସ, ହରି ସାବତଙ୍କ ସମେତ ଅନେକ ଯୁବ ସେବାୟତଙ୍କ ଉପସ୍ଥିତରେ ଓ ମାଆ ଠାକୁରାଣୀ ଖରୁଡ଼ା ସଙ୍ଘର ଶଙ୍କର ନାୟକଙ୍କ ନେତୃତ୍ୱରେ ଅନେକ ଯୁବକ ମାନେ ଉପସ୍ଥିତ ରହି ଘଣ୍ଟ ବାଦ୍ୟର ତାଳେ ତାଳେ ତିନି ଠାକୁରଙ୍କୁ ରତ୍ନ ବେଦୀରୁ ଧାଡି ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯାଇଥିଲା l ପରେ ସ୍ନାନ ମଣ୍ଡପ ସମ୍ମୁଖରେ ଦିନ ତମାମ ଭଜନ କୀର୍ତ୍ତନ କରାଯାଇଥିଲା l ଅଧିବାସ ଗୃହରେ ସଂଗୃହିତ ୧୦୮ କଳସରେ ପବିତ୍ର ଜଳକୁ ସେବାୟତ ମାନେ ସ୍ନାନବେଦୀକୁ ଅଣାଯିବା ପରେ ପଞ୍ଚ ଉପଚାର ବିଧିରେ ସ୍ନାନ ଓ ଜଳଲାଗି ନୀତି ଅନୁଷ୍ଠିତ କରାଯାଇଥିଲା। ପରେ ମହାପ୍ରଭୁଙ୍କୁ ଗଜାନନ ବେଶ କରାଯାଇ ତିନି ଠାକୁରଙ୍କ ଭୋଗ ଲାଗି ହୋଇଥିଲା।ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବା ଦୁର୍ଲ୍ଲଭ ଗଜାନନ ବେଶକୁ ଭକ୍ତ ଗଣଙ୍କ ଦର୍ଶନ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା। ସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଅସୁସ୍ଥ ହୋଇ ଅଣସର ଘରେ ୧୫ଦିନ ରହି ଚିକିତ୍ସିତ ହେବାର ବିଧି ଓ ଗୁପ୍ତସେବା ଆଦି ପରମ୍ପରା ପାଳନ କରାଯିବ ବୋଲି ମୁଖ୍ୟ ସେବକ ନରୋତ୍ତମ ଦାସ ପ୍ରକାଶ କରିଥିଲେ l ତିନି ଠାକୁରଙ୍କ ଏହି ଦିବ୍ୟ ଓ ଭବ୍ୟ ପାରମ୍ପାରିକ ଉତ୍ସବ ପାଇଁ ମନ୍ଦିର ପରିଚାଳନା କମିଟିର ଭି.ଚନ୍ଦ୍ରଶେଖର ରାଓ,ସରସ୍ବତୀ ଶବର,ମାନସ ରଞ୍ଜନ ବେହେରା, ଜାମି.ମହେଶ, ଲାଡି. ଗୌରୀ, ମନୋଜ ସସାହୁ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l


