ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ଥିଲା ସମ୍ପର୍କ: ଧରି ପୋଲିସ ଜିମା ଦେଲେ ପତ୍ନୀ

ହାଟଡିହି (ଓ୍ବାଇଏନଏସ):  ଅନ୍ୟ ଜଣେ ମହିଳା ସହିତ ଥିବା ନିଜ ସ୍ୱାମୀକୁ ଧରି ପୋଲିସ ଜିମା ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁଯାଇ ନନ୍ଦିପଦା ଥାନା ଅଧିନସ୍ଥ ଅଣା ଗ୍ରାମର ଗୋବିନ୍ଦ ମଲ୍ଲିକ ଯାତ୍ରା ପାର୍ଟିରେ କାମ କରୁଥିବା ବେଳେ ନାହା ଗ୍ରାମର ରଞ୍ଜିତା ରାଣୀ ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ସନ୍ତତି ଅଛନ୍ତି। ଗତ ଦୁଇମାସ ତଳେ ଗୋବିନ୍ଦ ନିଜ ସ୍ତ୍ରୀକୁ  ଘରୁ ବିଦା କରିଦେଇ ଥିଲା। ମୁଁ ଯାତ୍ରରୁ ଫେରିଲେ ତୋତେ ଆଣିବି କହିଥିଲା। ରଞ୍ଜିତା ଶ୍ୱଶୁରଙ୍କ ସେବା ଶୁଶ୍ରୁଷା କରିବା ପାଇଁ ଶ୍ୱଶୁରଙ୍କ ପୁରୁଣା ଘରକୁ ପଳାଇଥିଲା। ଗୋବିନ୍ଦ ଘରକୁ ଫେରିବା ପରେ  ନିଜ ସ୍ତ୍ରୀକୁ ଆଣିବା ପରିବର୍ତ୍ତେ ଜଗତସିଂହପୁରରୁ ଆଉ ଜଣେ ମହିଳାଙ୍କୁ ଘରକୁ ଆଣି ତା ସହିତ ରହୁଥିଲା। କୌଣସି ସୂତ୍ରରୁ ଖବର ପାଇ ପତ୍ନୀ ଜଣଙ୍କ ନିଜର ୨ ଭାଇଙ୍କୁ ସାଥିରେ ଧରି ପୁରୁଣା ଘରେ ପହଞ୍ଚିବା ବେଳକୁ ସ୍ୱାମୀ ଗୋବିନ୍ଦ ଅନ୍ୟ ଜଣେ ମହିଳାଙ୍କୁ ଧରି ରହିଥିବା ଦେଖିବା ପରେ ତୁରନ୍ତ ଥାନାକୁ ଯାଇ ଅଭିଯୋଗ କରିଥିଲା। ଗୋବିନ୍ଦ ଏହି ଘରେ ବାହାର ମହିଳାଙ୍କୁ ଆଣି ସେକ୍ସ ରେକେଟ ଚଳାଉଛି ବୋଲି ଅଭିଯୋଗ କରିଥିଲେ ଗୋବିନ୍ଦଙ୍କ ପତ୍ନୀ ରଞ୍ଜିତା । ପୋଲିସ ସଙ୍ଗେ ସଙ୍ଗେ ପହଞ୍ଚି ଘର ଭିତରୁ ଗୋବିନ୍ଦକୁ ଧରି ଥାନାକୁ ଆଣିଥିଲେ। କବାଟ କିଳି ମହିଳା ଜଣକ ଘର ଭିତରେ ଥିବା ବେଳେ ଗୋବିନ୍ଦଙ୍କ ପତ୍ନୀ କୌଶଳ କ୍ରମେ କବାଟ ଖୋଲି ମହିଳାଙ୍କୁ ଧରି ଭଲ କରି ଉତ୍ତମ ମାଧ୍ୟମ ଦେବା ସହିତ ନନ୍ଦିପଦା ପୋଲିସକୁ ହସ୍ତାନ୍ତର କରିଥିଲେ। ନିଜର ପତ୍ନୀ ଓ ଦୁଇ ଦୁଇଟି ଛୁଆଥିବା ବେଳେ ଅନ୍ୟ ଜଣେ ମହିଳାଙ୍କୁ ଆଣି ପାଖରେ ରଖିବାକୁ ସମସ୍ତ ଗ୍ରାମବାସୀ ନା ପସନ୍ଦ କରୁଥିବା ବେଳେ ଥାନାରୁ ଉପଯୁକ୍ତ ନ୍ୟାୟ ପାଇବା ଆଶା ରଖିଛନ୍ତି ଗୋବିନ୍ଦଙ୍କ ପତ୍ନୀ। ପରବର୍ତ୍ତୀ ସମୟରେ ଜଗତସିଂହପୁର ର ଏହି ମହିଳାଙ୍କ ସ୍ୱାମୀ ନନ୍ଦିପଦା ଥାନାରେ ପହଞ୍ଚି ନିଜ ପତ୍ନୀଙ୍କୁ ଘରକୁ ଫେରାଇ ନେବାକୁ ବସିଛି। ଏପରି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ