କଂସାର-ସାହସପୁର ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ଗ୍ରାମପଞ୍ଚାୟତର କଂସାର-ସାହସପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ନୂତନ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ଭକ୍ତିଲତା ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ କଂସାର ପଞ୍ଚାୟତ ସରପଞ୍ଚ ସରୋଜିନୀ ନାୟକ ଯୋଗଦେଇ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ରଞ୍ଜନ କୁମାର ଦାସ, ରମେଶ ଚନ୍ଦ୍ର ପ୍ରଧାନ, ନିର୍ମଳ ଚନ୍ଦ୍ର ଖଟୁଆ, ଜ୍ଞାନରଞ୍ଜନ ରାଉତ, କିଶୋର ଚନ୍ଦ୍ର ମହାନ୍ତି, ଆଶୁତୋଷ ବେହେରା, ସହକାରୀ ଶିକ୍ଷୟତ୍ରୀ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ଚୌଧୁରୀ, ସରିତା ସାହାଣୀ, ରଶ୍ମିତା ଦାସ, ଜୟନ୍ତୀ ବେହେରା, କୌଶଲ୍ୟା ନାୟକ, ଜାନକୀ ଜେନା, ଅପର୍ଣ୍ଣା ରଥ, କ୍ରୀଡା ଶିକ୍ଷକ ମନୋଜ କୁମାର ସାହୁ, ସମାଜସେବୀ ନିରଞ୍ଜନ ପରିଡାଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


