ବିଷମକଟକ ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ

ଗୁଣପୁର (ୱାଇଏନଏସ) : ବିଷମକଟକ ବ୍ଲକ  ସଦଭାବନା ସଭାଗୃହ ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ  ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କଁହରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱମ୍ବର ବେହେରା,  ବିଷମକଟକ ତହସିଲଦାର କେ ଭେଙ୍କେଟସ୍ଵର ରେଡ୍ଡୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ଯୋଗଦେଇ  ଅଭିଯୋଗର ଶୁଣାଣୀ କରିଥିଲେ।   ଆଜି ମୋଟ ୪୯ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୩୬ଟି ବ୍ୟକ୍ତିଗତ ଏବଂ ୧୩ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା।  ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଦରଖାସ୍ତ ଗ୍ରହଣ କରି ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ପ୍ରେରଣ କରି ସେ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ବିଷମକଟକ ଉପଖଣ୍ଡ ଅରକ୍ଷୀ ଅଧିକାରୀ ସନ୍ତୋଷିନୀ ହେମ୍ବ୍ରମ, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ସମାଜ କଲ୍ୟାଣ ଅଧିକାରୀ ମିନତୀ ଦେଓଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ