ଗଭୀର ଅବପାତକୁ ନେଇ ଗଞ୍ଜାମରେ ଆଗୁଆ ପ୍ରସ୍ତୁତି

ଛତ୍ରପୁର, (ଓ୍ବାଇଏନଏସ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇଥିବାରୁ ସମ୍ଭାବ୍ୟ ପ୍ରବଳ ବର୍ଷା, ପବନ ଓ ଜଳବନ୍ଦୀ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଗୁଆ ପ୍ରସ୍ତୁତି ନେଇଛି। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଇ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜରୁରୀକାଳୀନ ସହାୟତା ପାଇଁ ୨୨ ବ୍ଲକ, ୨୩ ତହସିଲ ଓ ୧୮ ସହରାଞ୍ଚଳରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଜିଲ୍ଲାସ୍ତରୀୟ ଜରୁରୀକାଳୀନ ନମ୍ବର ୦୬୮୧୧-୨୬୩୯୭୮ ଜାରି କରାଯାଇଛି। ଉଦ୍ଧାର ଯନ୍ତ୍ରପାତି, ଔଷଧ ଓ ଆବଶ୍ୟକ ସାମଗ୍ରୀ ସହ ପର୍ଯ୍ୟାପ୍ତ ମାନବ ସମ୍ବଳ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ