ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ଉଦଘାଟିତ
ବାଲେଶ୍ୱର,(ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଶିଶୁ ଯତ୍ନ ଗୃହ ଶିଶୁ ମାନଙ୍କ ପାଇଁ ଦ୍ବି ଦିବଶୀୟ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଭୀମପୁରା ଠାରେ ଥିବା ସ୍ପୋର୍ଟ୍ସ ହଷ୍ଟେଲ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ ଆଶ୍ରମ ର ପିଲାମାନଙ୍କୁ ମହକ ଓ ଉତ୍ସାହ ବିଷୟରେ ବିଭିନ୍ନ ଉଦାହରଣ ମାଧମରେ ଅଭିଭାଷଣ ପ୍ରଦାନ କରିବା ସହିତ ଉତ୍ସାହିତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁସିରାମ ଗହୀର ଅଧ୍ୟକ୍ଷତା କରିବା ସହିତ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜ୍ୟୋସ୍ନା ରାଣୀ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼କ୍ଟର ବସନ୍ତ କୁମାର ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବୁଢ଼ାନ ହେମ୍ବ୍ରମ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଶ୍ରୀମତୀ ସ୍ନିଗ୍ଧା ଦାସ, ଶିଶୁ ମଙ୍ଗଳ କମିଟି ସଦସ୍ୟ ଶ୍ରୀଯୁକ୍ତ ପ୍ରକାଶ ମହାପାତ୍ର ଓ ପୂର୍ବତନ ଶିଶୁ ମଙ୍ଗଳ କମିଟି ସଦସ୍ୟ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ଯୋଗ ଦେଇ ଅନ୍ତେବାସୀ ମାନଙ୍କୁ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ବିଷୟରେ ମତାମତ ରଖିଥିଲେ। ସଭା ପରେ ମୁଖ୍ୟ ଅତିଥି ଙ୍କ ସମେତ ସମସ୍ତେ ଖେଳ ପଡିଆରେ ସମସ୍ତ ପ୍ରତିଯୋଗୀ ମାନଙ୍କ ସହିତ କର ମର୍ଦନ କଲା ପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଫୁଟବଲ ମାରି ଏହି ଖେଳ କୁଦ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ୧୧ ଗୋଟି ଶିଶୁ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ସହିତ ଉକ୍ତ ଅନୁଷ୍ଠାନର କର୍ମଚାରୀ ମାନେ ଯୋଗ ଦେଇଥିଲେ । ଆଜି ଶିଶୁମାନଙ୍କ ପାଇଁ ଫୁଟବଲ୍, ୨୦୦ ମିଟର ଦୌଡ଼, ୧୦୦ ମିଟର ଦୌଡ଼, ହାଇ ଜମ୍ପ, ଲଙ୍ଗ ଜମ୍ପ, ଚେସ୍, କ୍ୟାରମ୍ ଆଦି ବିଭିନ୍ନ କ୍ରୀଡ଼ା ଓ ମନୋରଞ୍ଜନମୂଳକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ପ୍ରତିଭା, ଆତ୍ମବିଶ୍ୱାସ, ଦଳଗତ ଭାବନା, କ୍ରୀଡ଼ା ମନୋଭାବ ଓ ସୃଜନଶୀଳତାର ବିକାଶ ପାଇଁ ଏକ ଉତ୍ତମ ମଞ୍ଚ ପ୍ରଦାନ କରିଥିଲା। ଆସନ୍ତା କାଲି ସାଂସ୍କୃତିକ, କୁଇଜ, ବକ୍ତୃତା, ନାଚ, ଗୀତ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜିତ ହେବ ବୋଲି ଶିଶୁସୁରକ୍ଷା ଅଧିକାରୀ ଜଣାଇଛନ୍ତି ।


