ଆନ୍ତର୍ଜାତିକ ସମବାୟ ବର୍ଷ ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ଆନ୍ତର୍ଜାତିକ ସମବାୟ ବର୍ଷ ଅବସରରେ କେନ୍ଦୁଝର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଉପନିବନ୍ଧକ ସମବାୟ ସମିତି ସମୂହ ପର୍ଶୁରାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି  କାର୍ଯ୍ୟକ୍ରମରେ ସଭାପତି କେନ୍ଦୁଝର କେନ୍ଦ୍ର ସମବାୟ ବ୍ଯାଙ୍କ,କାନନ ବିହାରୀ ପହି,ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କେନ୍ଦୁଝର କେନ୍ଦ୍ର ସମବାୟ ବ୍ଯାଙ୍କ ପ୍ରମୋଦ କୁମାର ଦାଶ , ଡି. ଡି. ଏମ ନାବାର୍ଡ କୁରେଶ କୁମାର ନାୟକ ,ବରିଷ୍ଠ ସହକାରୀ ସମବାୟ ସମିତି ସମୂହ, ଚମ୍ପୁଆ, ମଙ୍ଗଲ ସୋରେନ,ସହକାରୀ ସମବାୟ ସମିତି ସମୂହ, ଆନନ୍ଦପୁର ରାମ ଚନ୍ଦ୍ର ବିଶ୍ଵାଳ ,ସହକାରୀ ସମବାୟ ସମିତି ସମୂହ,କେନ୍ଦୁଝର ସୁଦର୍ଶନ ନାଏକ, ଜି.ଏମ ଜିଲ୍ଲା ସମବାୟ ମିଲ୍କ ଯୁନିଅନ ସତ୍ୟ ପ୍ରକାଶ ଧର , ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ପ୍ରତିନିଧି ବିଶ୍ଵନାଥ ନାଏକ ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ସମବାୟ ସମିତିର କର୍ମକର୍ତ୍ତା ଓ ସଭ୍ଯ /ସଭ୍ୟା  ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ଓ M-PACS, M-DCS ଓ M-FCS ସମବାୟ ସମିତିର ବ୍ଯବସାୟ ବିବିଧିକରଣ ଉପରେ ଏକ ଆଲୋଚନା ଚକ୍ର ହୋଇଥିଲା। ଏତଦ ବ୍ଯତୀତ ସମବାୟ ମଧ୍ୟରେ ସହଭାଗୀତ। ଓ ସମବାୟ ସମିତିର ପଞ୍ଜୀକରଣ ଓ ସମବାୟ ଆଇନରେ ଥିବା ବିଭିନ୍ନ ପ୍ରାବଧାନ ଉପରେ ଏକ ସଚେତନତା ଶିବିର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପନିବନ୍ଧକ ସମବାୟ ସମିତି ସମୂହ କେନ୍ଦୁଝର ସ୍ଵାଗତ ଭାଷଣ ଦେଇଥିଲେ । ସମବାୟ ନିରୀକ୍ଷକ ସୀମାଶ୍ରୀ ପ୍ରିୟଦର୍ଶିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ଓ ଆଲୋକ କୁମାର ବଳ ମ୍ଯାନେଜର, କେନ୍ଦ୍ର ସମବାୟ ବ୍ଯାଙ୍କ ମଞ୍ଚ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ