ଜିଲ୍ଲାସ୍ତରୀୟ ସର୍ଗିଫୁଲ, ବିଜ୍ଞାନମେଳା ଏବଂ ଭଲିବଲ ପ୍ରତିଯୋଗିତା ଉଦଯାପିତ
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବିଦ୍ୟାଳୟ ସମୂହ, କେନ୍ଦୁଝର ପକ୍ଷରୁ ନରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଛାତ୍ରୋସôବ ସର୍ଗିଫୁଲ ଓ ବିଜ୍ଞାନମେଳା -୨୦୨୫ ଗୁରୁବାର ଉଦ୍ୟାପିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ ସର୍ଗିଫୁଲ ଓ ବିଜ୍ଞାନମେଳା କାର୍ଯ୍ୟକ୍ରମରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ତର୍କ,ସୃଜନାତ୍ମକଲିଖନ,ସଂଗୀତ,ଗଣିତ,ବିଜ୍ଞାନ,କୁଇଜ୍,ଏକକ ଅଭିନୟ,ଗ୍ରୁପ ଡ୍ୟାନ୍ସ ଓ ଭଲିବଲ ଆଦି ବିଭାଗରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ବିଭାଗ ତର୍କ ବିପକ୍ଷ ପ୍ରତିଯୋଗୀତାରେ ଭଗାମୁଣ୍ଡା ଉଚ୍ଚ ବିଦ୍ୟାଳୟର ବଳରାମ ଦେହୁରୀ,ବରିଷ୍ଠ ବିଭାଗ ତର୍କର ସପକ୍ଷରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅସନପାଟର ସୁନେଲି ମାଝୀ,କନିଷ୍ଠ ବିଭାଗ ବିପକ୍ଷ ତର୍କ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଚିଲିଦାର ଦେବଯାନୀ ନାଏକ,ତର୍କ ସପକ୍ଷରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଚିଲିଦା ର କାଜଲ ନାୟକ,ବକ୍ତୃତା ବରିଷ୍ଠ ବିଭାଗରେ ଶୁଆକାଟୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସୁଶ୍ରୀ ସନୟା,କନିଷ୍ଠ ବିଭାଗ ବକ୍ତୃତାରେ କାଦକଳା ସରକାରୀ ଉଚ୍ଚ ବିଦ୍ୟାଳୟର ତୁଳସୀ ଧିବର,ସାଧାରଣ ଜ୍ଞାନ ବରିଷ୍ଠ ବିଭାଗରେ ନରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଭାଷ୍କର ମୁର୍ମୁ,ସାଧାରଣ ଜ୍ଞାନ କନିଷ୍ଠ ବିଭାଗରେ ଗୋନାସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଗାୟତ୍ରୀ ଜୁଆଙ୍ଗ,ବରିଷ୍ଠ ବିଭାଗର ସୃଜନାତ୍ମକ ଲିଖନରେ ତି୍ରଲୋଚନପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଦୀପୁ ମୁର୍ମୁ,ସୃଜନାତ୍ମକ ବିଭାଗ କନିଷ୍ଠ ବିଭାଗରେ ମୁରୁସୁଆଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜୁଲି ମାଝୀ,ଚିତ୍ରକଳା ପ୍ରତିଯୋଗୀତାର ବରିଷ୍ଠ ବିଭାଗରେ ନରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଚୌଧୁରୀ ଜୁଆଙ୍ଗ,କନିଷ୍ଠ ବିଭାଗରେ ଶୁଆକାଟୀ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଡାଳିମ୍ବ କଟେଇ,ଏକକ ନୃତ୍ୟ ବରିଷ୍ଠ ବର୍ଗରେ ଶୁଆକାଟୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଦୀପାରାଣୀ ମୁଣ୍ଡା,କନିଷ୍ଠ ବର୍ଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶୁଆକାଟୀର ତନୟା ପି୍ରୟଦର୍ଶିନୀ,ଏକକ ସଙ୍ଗିତ ବରିଷ୍ଠ ବର୍ଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶୁଆକାଟୀର ଭଗବତୀ ରଣା,କନିଷ୍ଠ ବର୍ଗରେ ରାଇସୁଆଁ ଆଶ୍ରମ ବିଦ୍ୟାଳୟର ଡଲିସ୍ମିତା ମୁଣ୍ଡା,ବାଦ୍ୟଯନ୍ତ୍ର ପ୍ରତିଯୋଗୀତା ବରିଷ୍ଠ ବର୍ଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶୁଆକାଟୀ ଦ୍ରୌପଦୀ ମହତା,ଏକକ ଅଭିନୟରେ ରାମଲା ସରକାରୀ ଉଚ୍ଚ ବିଦ୍ୟାଳୟର ସୋନାଲି ପାତ୍ର,ଓପନ ସ୍ଲୋଗାନ ବରିଷ୍ଠ ବର୍ଗରେ ବସନ୍ତପୁର ସରକାରୀ ଉଚ୍ଚ ବିଦ୍ୟାଳୟର ମଳୟ ନାଏକ,କନିଷ୍ଠ ବର୍ଗରେ ରାଇଡିହା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ରାଣୀ ନାଏକ ପ୍ରଥମ ହୋଇ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି । କୃତୀ ବିବେଚିତ ପ୍ରତିଯୋଗୀମାନେ ଆସନ୍ତା ଡିସେମ୍ବର ୧୮,୧୯ ଓ ୨୦ ତାରିଖ ଭୁବନେଶ୍ୱରର ଆଦିବାସୀ ପଡିଆଠାରେ ରାଜ୍ୟସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ସେହିପରି ମାଟକାମବେଡା ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ପରମାନନ୍ଦ ସେଠୀ,ନରଣପୁର ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ପଦ୍ମଲୋଚନ ମହାନ୍ତ ଏବଂ ତି୍ରଲୋଚନପୁର ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପରିଚାଳନାରେ ନରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଭଲିବଲ ବାଳକ ବର୍ଗରେ ଚମ୍ପିଆନ୍ ହୋଇଥିବାବେଳେ ଜଡିପଦା ଉଚ୍ଚ ବିଦ୍ୟାଳୟର ଭଲିବଲ ଦଳ ରନର୍ସଅପ୍ ହୋଇଥିଲେ । ସେହିପରି ବାଳିକା ବର୍ଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଉପରକୁସୁମିତା ଚମ୍ପିଆନ୍ ବିବେଚିତ ହୋଇଥିବାବେଳେ ଶୁଆକାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ରନର୍ସଅପ୍ ହୋଇଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ସୁନାରାମ ସୋରେନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ପିଙ୍ଗୁଆ ଓ ଜୟନ୍ତ କୁମାର ସାମନ୍ତସିଂହାର,ଜିଲ୍ଲା ଶିକ୍ଷା ନିରୀକ୍ଷକ ସଞ୍ଜୟ କୁମାର ଧଳ,ନରଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ରାଉତ,ନରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅପରିମିତା ବେହେରା,କାଦକଳା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ଆଇଚ,ଶୁଆକାଟୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକାଶ ଶତପଥି,ଗୋନାସିକା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୀର୍ଥାନନ୍ଦ ସେଠୀ,ରାଇଡିହା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ନାୟକ,ଭଗାମୁଣ୍ଡା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ ନନ୍ଦ,ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ସାହୁ,ଜଗମୋହନପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃଷ୍ଣାଞ୍ଜନ ଆଚାର୍ଯ୍ୟ,ମାଟକାମବେଡା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିନୋଦ ତନ୍ତୀ,ରାଙ୍କି ଆଶ୍ରମ ବିଦ୍ୟାଳୟର ଶିକ୍ଷକ ସୁଧାକର କୁଅଁର,ଶିକ୍ଷକ ମଣ୍ଡଳ କୁମାର ପଣ୍ଡା ପ୍ରମୁଖ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।


