ଆମ କଳାକାର’ ଯୋଜନାରେ ଜିଲ୍ଲାସ୍ତରୀୟ ଚୟନ ଆରମ୍ଭ

କଟକ, (ଓ୍ବାଇଏନଏସ): ରାଜ୍ୟର ସମୃଦ୍ଧ ପାରମ୍ପରିକ କଳା, ସଂସ୍କୃତି ଓ ଲୋକକଳାର ସଂରକ୍ଷଣ ସହ ପ୍ରତିଭାବାନ କଳାକାରଙ୍କୁ ଉପଯୁକ୍ତ ମଞ୍ଚ ଯୋଗାଇଦେବା ଲକ୍ଷ୍ୟରେ ‘ଆମ କଳାକାର’ ପୋର୍ଟାଲ ଅଧୀନରେ ଜିଲ୍ଲାସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ନେତାଜୀ ସଂସ୍କୃତି ଭବନ ଓ ସ୍ୱରାଜ ଆଶ୍ରମଠାରେ ଚୟନ ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରକ୍ରିୟାରେ ‘ଆମ କଳାକାର’ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରିଥିବା ଜିଲ୍ଲାର ପ୍ରାୟ ୫୭ଟି ଓଡ଼ିଶୀ ନୃତ୍ୟ ଦଳ ଓ ୫୦ଟି ପାଲା ଅନୁଷ୍ଠାନ ଅଂଶଗ୍ରହଣ କରି ନିଜ ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ବିଚାରକମଣ୍ଡଳୀ ସମ୍ପୃକ୍ତ ଦଳଗୁଡ଼ିକର ପ୍ରଦର୍ଶନକୁ ବିଭିନ୍ନ ମାନଦଣ୍ଡ ଆଧାରରେ ମୂଲ୍ୟାୟନ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନାଙ୍କ ସୂଚନା ଅନୁଯାୟୀ, ଚୟନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରକ୍ରିୟାରେ ମନୋନୀତ କଳାକାର ଦଳଗୁଡ଼ିକ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ମହୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଏହି ପଦକ୍ଷେପ ମାଧ୍ୟମରେ ଜିଲ୍ଲାର ପାରମ୍ପରିକ କଳାକାରମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ପ୍ରତିଭାର ପ୍ରସାର ଓ କଳା ସଂସ୍କୃତିର ନିରନ୍ତର ବିକାଶ ପାଇଁ ଏକ ସୁଯୋଗ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ