ଦିବ୍ୟ ଦର୍ଶନ ସଂଘର ଅଷ୍ଟାବିଂଶ ତିନି ଦିନିଆ ସାଧନା ଶିବିର ଉଦଘାଟିତ

ଗୁଣପୁର,(ୱାଇ ଏନ ଏସ): ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ଆନୁକୂଲ୍ୟରେ ସଂଘର ସେଣ୍ଟ୍ରାଲ କମିଟିଙ୍କ ଦ୍ଵାରା ରାମନାଗୁଡା ବ୍ଳକ୍  ଅନ୍ତର୍ଗତ ଅନ୍ତରଝୋଲି (ଗୁମୁଡା)ଦିବ୍ୟ ଦର୍ଶନ ଜ୍ଞାନ ମନ୍ଦିର ପରିସରରେ ଉଦଘାଟନ ହୋଇଯାଇଛି। ଏହି ଆଜି ତଶନିବାର ଠାରୁ  ସୋମବାର ଯାଏଁ  ତିନି ଦିନ ସାଧନା ଶିବିର ଚାଲିବ।
ଦିବ୍ୟ ଦର୍ଶନ ସଂଘ ର କର୍ମକର୍ତ୍ତା ମାନେ ॐକାର ଧ୍ୱନି , ଗୁରୁବନ୍ଦନା ଓ ପ୍ରାରମ୍ଭିକ ପ୍ରାର୍ଥନା ଗାନ କରିଥିଲେ।  ଶିବିର ପ୍ରାରମ୍ଭରେ ସଭାପତି ପୂଜ୍ୟଶ୍ରୀ ରବୀନ୍ଦ୍ରନାଥ ମହାନ୍ତି, ଉପସଭାପତି ପୂଜ୍ୟଶ୍ରୀ ବିଶ୍ୱନାଥ ପ୍ରଧାନ, ସମ୍ପାଦକ ପୂଜ୍ୟଶ୍ରୀ କେଶବ ସେଠୀ, କେନ୍ଦ୍ରୀୟ କମିଟିର ବରିଷ୍ଠ ସଦସ୍ୟ ପୂଜ୍ୟ ଶ୍ରୀ ସୁନାରାମ ମାଝୀ, ସହଦେବ ମଲ୍ଲିକ, ପ୍ରଭାକର ପ୍ରଧାନ, ରମେଶ ଚନ୍ଦ୍ର ଛୁଆଳସିଂ, ହେମନ୍ତ କୁମାର ସାହୁ, ଏବଂ  ଶ୍ରୀ ରାମକୃଷ୍ଣ ହୋତା ତଥା ଏମ୍. ନାଗମଣୀ, ମିନତି ରାଉତ ଓ ବାସିନୀ ଭୂଜଙ୍ଗ ଭାଇ ପ୍ରମୁଖ  ଯୋଗଦେଇଥିଲେ । ସମ୍ପାଦକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,  ସଭାପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।ଉପ ସଭାପତି ଶ୍ରୀ ବିଶ୍ୱନାଥ ପ୍ରଧାନ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଜୀବନ ଓ ଦର୍ଶନ ଉପରେ ଆଲୋକପାତ କରି ସଦଗୁରୁ ନିତ୍ୟ ସତ୍ୟ ଲୋକରୁ ଜ୍ଞାନ ରୂପକ ଅମୃତ ଧରି ମର୍ତ୍ତ୍ୟ ଧାମରେ ଅବତୀର୍ଣ୍ଣ ହୋଇଛନ୍ତି। ଦିବ୍ୟ ଦର୍ଶନର ମୂଳ ଲକ୍ଷ୍ୟ ହେଉଛି ଆତ୍ମଜ୍ଞାନ ଶିକ୍ଷା କରି ଶହ ଶହ ବ୍ୟାସ ସୃଷ୍ଟି କରି ସମାଜରେ ଦିବ୍ୟ ଜ୍ଞାନର ପ୍ରଚାର ଓ ପ୍ରସାର କରି ଶାନ୍ତି, ପ୍ରେମ ଭାବ ସହ ସତ୍ୟଯୁଗ ପ୍ରତିଷ୍ଠା ପାଇଁ ଚେଷ୍ଟା କରିବା। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ – ପରିବର୍ତ୍ତନ ତତ୍ତ୍ୱ, ସନାତନ ଧର୍ମ, ପ୍ରଥମ ସ୍ୱତନ୍ତ୍ର କ୍ଲାସ, ସତ୍ୟଂ ଶରଣଂ ଗଚ୍ଛାମି, ଦିବ୍ୟ ଦର୍ଶନର ସାଧନା ମାର୍ଗ, ଦୈବୀ ଗୁଣର ମହାନତା, ଦୁଃଖ ନିବୃତ୍ତି ଉପାୟ, ଭଗବାନଙ୍କ ପରିଚୟ ଓ ଅବଦାନ ଏବଂ ପବିତ୍ର ଗୁରୁତୀର୍ଥ ଗୁଡ଼ିଆବନ୍ଧ ପରିଭ୍ରମଣ ଅନ୍ତର୍ଭୁକ୍ତ ରହିଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ  ଅଞ୍ଚଳରୁ ୫୦୦ ଜଣ ଗୁରୁ ସାଧକ ଓ ସାଧିକା ଯୋଗ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ