ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ଗଜପତିର ଭୂଷ୍ଫଳନ ଅନୁଧ୍ୟାନ କଲେ ଅଞ୍ଚଳର ସ୍ଥିତି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଅର୍ଣ୍ଣବ ବାତ୍ୟା ଯୋଗୁଁ ପ୍ରବଳ ବର୍ଷାରେ ଭୂଷ୍ଫଳନ ହୋଇ ପାହାଡ଼ରୁ ମାଟି ଅତଡ଼ା ସହ ବଡ଼ ବଡ଼ ପଥର ଖଣ୍ଡ ରାସ୍ତା ଉପରେ ପଡିବା ଅଞ୍ଚଳ ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପରିସ୍ଥିତିର ସମୀକ୍ଷା ଓ ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟ. ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଧେଶକ୍ରମେ ଗଜପତି ଜିଲ୍ଲା ଗସ୍ତ କରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା କରିବା ସହ ଏହାର ସବିଶେଷ ରିପୋର୍ଟ ସେ ରିଲିଫ୍ କମିଶନରଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି. ଅତିରିକ୍ତ ସଚିବଙ୍କ ଏହି  ଗସ୍ତ ସମୟରେ ସେ ମୋହନା, ଆର୍.ଉଦୟଗିରି, ନୂଆଗଡ଼ ଓ ରାୟଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବର୍ଷା ଜନିତ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥା, ଲୋକଙ୍କ ସୁରକ୍ଷା, ଉଦ୍ଧାର ଓ ସ୍ଥାନାନ୍ତରଣ ସହ ରିଲିଫ୍ ବ୍ୟବସ୍ଥା ଆଦି ସମ୍ପର୍କରେ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନ୍ନାଗା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ବିନାୟକ ରାଉଳଙ୍କ ସମେତ ସମ୍ପୃକ୍ତ ବ୍ଲକର ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ