କଟକ ନିର୍ଗୁଣ୍ଡିର ଲେଦ୍ ଦୋକାନରେ ଡବଲ ମର୍ଡର: ଚୋରଙ୍କୁ ମାରିଦେଲେ ମାଲିକ

କଟକ, (ଓ୍ବାଇଏନଏସ): ଟାଙ୍ଗୀ ଥାନା ନିର୍ଗୁଣ୍ଡିଠାରେ ଥିବା ଏକ ଲେଦ୍ ଦୋକାନରେ ଡବଲ ମର୍ଡର ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ବେଳେ ପୁଲିସ ଗୁରୁତର ଅବସ୍ଥାରେ ଥିବା ଅନ୍ୟ ଜଣେ ଯୁବକଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣାସ୍ଥଳରେ ପୁଲିସ ସହ ସାଇଣ୍ଟିଫିକ୍ ଟିମ୍ ଆସି ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ଦୁଇ ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଗତ ୪ ଦିନ ତଳେ ଲେଦ୍ ଦୋକାନରୁ ବହୁ ସାମଗ୍ରୀ ଚୋରି କରିଥିଲେ l ଏନେଇ ଲେଦ୍ ମାଲିକ ଓ କର୍ମଚାରୀ ଜାଣିପାରିଥିଲେ । ସେମାନଙ୍କୁ ଧରିବା ପାଇଁ ଦୋକାନରେ ଗତ ରାତିରେ ଜଗି ରହିଥିଲେ l ଦୁଇ ଯୁବକ ଗତ ରାତିରେ ପୁନର୍ବାର ପଶିଥିବା ବେଳେ ଦୋକାନ ମାଲିକ ଓ କର୍ମଚାରୀଙ୍କ ସହ ହାତାହାତି ହୋଇଥିଲେ । କର୍ମଚାରୀଙ୍କ ଆକ୍ରମଣରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ