ଡକ୍ଟର ସତ୍ୟ ପ୍ରକାଶ ସେଠୀ ପାଇଲେ ହୃଦାନନ୍ଦ ରାୟ ସମ୍ମାନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲାର ବିଶିଷ୍ଟ ସାହିତ୍ୟିକ ଡକ୍ଟର ସତ୍ୟ ପ୍ରକାଶ ସେଠୀଙ୍କୁ ହୃଦାନନ୍ଦ ରାୟ ସମ୍ମାନ ପ୍ରଦାନ କରାଯାଇଛି l କଟକ ବିଦ୍ୟାଧରପୁରସ୍ଥିତ ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲ ପରିସରସ୍ଥ ଗ୍ଲୋବାଲ ହଲ ଠାରେ ଆୟୋଜିତ ପ୍ରଖ୍ୟାତ ସାରସ୍ୱତ ସାଧକ ଓ ବାଗ୍ମୀ ପ୍ରଫେସର ହୃଦାନନ୍ଦ ରାୟଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ବିଶିଷ୍ଟ ସାହିତ୍ୟିକ ଶ୍ରୀ ସେଠୀଙ୍କୁ ମର୍ଯ୍ୟାଦା ଜନକ ହୃଦାନନ୍ଦ ରାୟ ସମ୍ମାନ ପ୍ରଦାନ କରାଯାଇଥିଲା l ସ୍ମୃତିପରିଷଦର ସଭାପତି ଡକ୍ଟର ଇଂ. ପ୍ରଭାକର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡକ୍ଟର ସୁନାମଣି ରାଉତ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଲେଖିକା ଅଧ୍ୟାପିକା ପ୍ରଫେସର ଡକ୍ଟର ସଂଘମିତ୍ରା ବେହେରା ଯୋଗ ଦେଇଥିଲେ। ପରିଷଦର ସମ୍ପାଦକ ବିଶିଷ୍ଟ ଶିକ୍ଷାବିତ ଡକ୍ଟର ଚୌଧୁରୀ ସତ୍ୟ ଦାସ ସମ୍ପାଦକୀୟ ବିବରଣୀ ପାଠ, ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲର ଅଧ୍ୟକ୍ଷା ଡକ୍ଟର ମଞ୍ଜୁଶ୍ରୀ ଶାସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ସୁସ୍ମିତା ବସ୍ତିଆ ମାନପତ୍ର ପାଠ କରିଥିବା ବେଳେ ଡକ୍ଟର ଚୌଧୁରୀ ସମ୍ପତ ଦାସ, ବର୍ଷାରାଣୀ ପୃଷ୍ଟି, ମହାବିଦ୍ୟା ଚୌଧୁରୀ ଉତ୍ସବ ପରିଚାଳନା କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ