ଉତ୍କଳମଣିଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ପ୍ରବନ୍ଧ ପ୍ରତିଯୋଗିତା

ଆସିକା (ୱାଇଏନ୍‍ଏସ୍‍) : ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆସିକା ମାନବ ସେବା ସମିତି ପକ୍ଷରୁ ଆସନ୍ତା ୧୪ ତାରିଖରେ ପାଳିତ ହେବାକୁ ଥିବା ପୂଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୯୭ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ରବିବାର ସ୍ଥାନୀୟ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ କନିଷ୍ଠ ଓ ବରିଷ୍ଠ ବର୍ଗରେ “ପଣ୍ଡିତ ଗୋପବନ୍ଧୁ ଏକ ବହୁମୁଖୀ ପ୍ରତିଭା” ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମାନବସେବା ସମିତିର ଆବାହକ ଗଣେଶ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରବନ୍ଧ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ୧୭ ଜଣ ଓ ବରିଷ୍ଠ ବର୍ଗରେ ୧୬ ଜଣ ଏହିଭଳି ସମୂଦାୟ ୩୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରବନ୍ଧ ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ ମାନବସେବା ସମିତିର ଆବାହକ ଗଣେଶ ରଥ, ମାନବସେବା ସମିତିର ସକ୍ରିୟ ସଦସ୍ୟ ଏ.ଯୁଧିଷ୍ଠିର ଦୋରା, ପ୍ରସନ୍ନ କୁମାର ପାଣିଗ୍ରାହୀ, ରାମଚନ୍ଦ୍ର ରା, ଡି.ବଦ୍ରିନାଥ ପାତ୍ର, ସୁଶିଲ୍‍ ମୋହନ ପାତ୍ର, ମନୋଜ କୁମାର ମିଶ୍ର, ପଞ୍ଚାନନ ସ୍ୱାଇଁ, ଦାଶରଥୀ ମହାପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ବହୁ ସଚେତନ ନାଗରିକ ଓ ଅଭିଭାବକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସନ୍ତା ୧୨ ତାରିଖ ରବିବାର ଦିନ କନିଷ୍ଠ ଓ ବରିଷ୍ଠ ବର୍ଗରେ ଆଜିର ଓଡିଶାରେ ଗୋପବନ୍ଧୁଙ୍କ ଆବଶ୍ୟକତା ଅଛି କି ଶୀର୍ଷକ ବିଷୟବସ୍ତୁକୁ ଆଧାର କରି ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଉତ୍କଳମଣି ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ୧୪ ତାରିଖ ଦିନ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ