ସ୍ୱାଧୀନତାର ୭୮ ବର୍ଷ ପରେ ବି ପାଦ ଚଲା ପାଇଁ ରାସ୍ତା ନାହିଁ: ଦୋଳାରେ ବୁହାଉଛନ୍ତି ରୋଗୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଏକ ବନ ପାହାଡ଼ ଘେରା ଆଦିବାସୀ ବହୁଳ ଅଞ୍ଚଳ ଅଟେ. ଏହି ଜିଲ୍ଲାର ମୋଟ 7 ଗୋଟି ବ୍ଲକ ମଧରୁ 5 ଗୋଟି ବ୍ଲକ ଆଦିବାସୀ ବହୁଳ ଓ ବନ ପାହାଡ଼ ଘେରା ବ୍ଲକ ଭାବେ ପରିଚିତ. ସ୍ୱାଧୀନତାର ଦୀର୍ଘ ୭୮ ବର୍ଷ ପରେ ମଧ୍ୟ ଅନେକ ଗ୍ରାମକୁ ମୌଳିକ ସୁବିଧା ପାଦ ଚଲାରେ ଯିବା ପାଇଁ ରାସ୍ତାଟିଏ ମଧ୍ୟ ନାହିଁ.  ଏହି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଲୋବାଗୁଡା ଗ୍ରାମକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ. ଏହି ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କୁ ଜରୁରୀ ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ ପଡ଼ିଲା. ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ. ରୋଗୀର ଜୀବନକୁ ବଞ୍ଚାଇବା ପାଇଁ ତେଣୁ ଲୋକେ ବାଧ୍ୟ ହୋଇ ଦୋଳରେ 4 କିମି ବୋହି ମୁଖ୍ୟ ରାସ୍ତା ନିକଟରେ ଥିବା ଆମ୍ବୁଲାନ୍ସ ନିକଟକୁ ନେଇଥିଲେ. ଘଟଣାରୁ ପ୍ରକାଶ, ପାହାଡ଼ିଆ ଅଞ୍ଚଳରେ ରହୁଥିବା ଆଦିବାସୀ ଜନସାଧାରଣଙ୍କ  ଉନ୍ନତି ହୋଇପାରିନାହି , ଅନେକ ମୌଳିକ ସୁବିଧା ପାଇ ପାରୁ ନାହାନ୍ତି। ଏହିପରି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତର ତାଣ୍ଡ୍ରିଗୁଡ଼ା, ଗମାଙ୍ଗ ଗୁଡ଼ା, ଲୋବାଗୁଡ଼ା,ଏମିତି ବହୁତ ଗାଁ  ଗୁଡ଼ାକ ଅଛି ଯେଉଁ ଗ୍ରାମମାନଙ୍କୁ ଯିବା ପାଇଁ ପକ୍କା ରାସ୍ତାର  ସୁବିଧା ନାହିଁ ପାଣିର ସୁବିଧା ନାହିଁ  ଅଦୂଷିତ ପାଣି ଲୋକେ ପିଇବା ପାଇଁ ବାଧ୍ୟ ହୋଉଛନ୍ତି । ପିଲାମାନଙ୍କୁ ସ୍କୁଲ ଛାଡିବାରେ କଷ୍ଟ ହଉଛି କାରଣ ରାସ୍ତାର ସମସ୍ୟା ଯୋଗୁ ପିଲାମାନଙ୍କୁ ବିଲ ହୁଡ଼ା ଦେଇ ସ୍କୁଲ ଯିବା ଆସିବା କରିବାକୁ ପଡ଼ୁଛି |  ବର୍ଷା ଦିନରେ  ବହୁତ ସମସ୍ୟାରେ ଗତି କରିବାକୁ ପଡ଼ୁଛି | ଗ୍ରାମରେ କେହି ଯଦି ଅସୁସ୍ଥତା ହେଲେ ପକ୍କା ସଡ଼କ ନ ଥିବା ଯୋଗୁ  ଆମ୍ବୁଲାନ୍ସ ଗ୍ରାମକୁ ନ ଆସିବା ଯୋଗୁ ଆମ୍ବୁଲାନ୍ସକୁ ଅନ୍ୟ ଏକ ଗ୍ରାମରେ ରଖି ରୋଗୀକୁ ଖଟିଆରେ ଦୀର୍ଘ ୪କିମି ଦୂର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ୁଛି |  ଗୋପାଳପୁର ଠାରୁ ଲୋବାଗୁଡ଼ା ଦେଇ ଡି କୋତୁରୁ ପର୍ଯ୍ୟନ୍ତ ତୁରନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପକ୍କା ରାସ୍ତା ଯୋଗାଇ ଦେବାକୁ ସୀମନ ମଣ୍ଡଳ,  ଷ୍ଟିପାନ ଗମାଙ୍ଗ, ଲିବିଷ୍ଟ ଭୂୟାଁ, ଷଡ଼ଙ୍ଗା ରଇତ, ଓ ଏଲିୟ ରଇତ ପ୍ରମୁଖ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ