ଦିନ୍ୟୁଏଜ୍ୟୁରୋ ସ୍କୁଲରେ ପୋକ୍ସ ଆଇନ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର, (ଓ୍ବାଇଏନଏସ) : ବିଦ୍ୟାର୍ଥୀ ଙ୍କୁ ସୁରକ୍ଷା ଏବଂ ସଶକ୍ତ କରିବା ପାଇଁ ଏକ ନୂତନ ପ୍ରତିବଦ୍ଧତା କୁ ନେଇ ଦି ନ୍ୟୁ ଏଜ୍ ୟୁରୋ ସ୍କୁଲ ପରିସରରେ ପ୍ରିନ୍ସପାଲ ତପସ୍ୱିନୀ ସାହୁ ଙ୍କ ପୌରହିତ୍ୟ ପୋକ୍ସ ଆଇନ ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ସୁରକ୍ଷାର ଗୁରୁତ୍ୱ ଏବଂ ଯୌନ ନିର୍ଯାତନା ରୋକିବା ନେଇ ଏହାର ମୁଖ୍ୟ ଲକ୍ଷ୍ୟ। ଏଥିରେ ଆଇନଜୀବି ସୁରଜିତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋକ୍ସ ଆଇନର ପ୍ରମୁଖ ଦିଗଗୁଡ଼ିକ ଏବଂ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ବ୍ୟକ୍ତିବିଶେଷଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଶିକ୍ଷୟତ୍ରୀ ଗ୍ଲୋରି ମୋସେସ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ସମସ୍ତ ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହି ଆଇନର ବିଭିନ୍ନ ଦିଗ ଉପରେ ପଚାରି ବୁଝିଥିଲେ ।


