ଅଗ୍ନିନିରାପତ୍ତା ମକ୍ଡ୍ରିଲ୍ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍): ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଆସିକା ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ସ୍ଥାନୀୟ ସମବାୟ ଚିନିଶିଳ୍ପ ପରିସରରେ ମଙ୍ଗଳବାର ଏକ ମକ୍ଡ୍ରିଲ୍ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଆସିକା ସମବାୟ ଚିନିଶିଳ୍ପର ପରିଚାଳାନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା ଓ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରଚେଷ୍ଟାରେ ଚିନିକଳ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ମକ୍ଡ୍ରିଲ୍ ଓ ସଚେତନତା କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍ଗୋପାଳ ବେହେରା,ଆସିକା ସହରାଂଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରର ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ, ଆସିକା ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ କୈଳାଶ ଚନ୍ଦ୍ର ସାହୁ ଓ ମୁଖ୍ୟ ଆଗ୍ନିକ ପ୍ରଶାନ୍ତ କୁମାର ମହାପାତ୍ର ଏବଂ ଅଶୋକ କୁମାର ବାରିକ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆସିକା ସମବାୟ ଚିନିଶିଳ୍ପର କର୍ମଚାରୀ ମାନଙ୍କୁ ନିଆଲିଭା ଅଭ୍ୟାସ ସହ ହଠାତ୍ ନିଆଁ ଲାଗିଲେ କିପରି ସେଥିରୁ ନିଜକୁ ରକ୍ଷା କରିବା ଓ ଅନ୍ୟକୁ ସୁରକ୍ଷା ଦେବା, ଉଚ୍ଚ ସ୍ଥାନରେ ଥିବା ବ୍ୟକ୍ତିଙ୍କୁ କିପରି ରକ୍ଷା କରିବା, ନିଆଁକୁ କିପରି ଆୟତ୍ତ କରିବା, ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ସମେତ ବିଭିନ୍ନ ବିଷୟ ଉପରେ ସଚେତନ ଓ ତାଲିମ୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆସିକା ଅଗ୍ନିଶମ ସେବା କେନ୍ଦ୍ରର ଅଗ୍ନିଶମ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ, ମୁଖ୍ୟ ଆଗ୍ନିକ ପ୍ରଶାନ୍ତ କୁମାର ମହାପାତ୍ର ଓ ଅଶୋକ କୁମାର ବାରିକ, ଗାଡିଚାଳକ ସନ୍ତୋଷ ନାୟକ, ଆଗ୍ନିକ ସୁଶାନ୍ତ ବେହେରା ଓ ଅଲେଖ ଅର୍ପିତ ଅର୍ଜୁନ ପ୍ରଧାନ ପ୍ରମୁଖ ଯୋଗଦେଇ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଛାତ ଉପରୁ ସିଢି ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର, ରସି ସାହାଯ୍ୟରେ ଜନସାଧାରଣଙ୍କୁ ଉଦ୍ଧାର, ତୈଳଜାତୀୟ ନିଆଁକୁ ସିଓଟୁ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ଲିଭାଇବା, ଅମ୍ଳଜାନ ନଥିବା ସ୍ଥାନକୁ ଯାଇ କୃତ୍ରିମ ଶ୍ୱାସପ୍ରଶ୍ୱାସ ନଳୀ ବ୍ୟବହାର କରି ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା, ବୁଡି ଯାଉଥିବା ଲୋକଙ୍କୁ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଉଦ୍ଧାର କରିବା ସେ ସଂକ୍ରାନ୍ତରେ ବିଭିନ୍ନ କୌଶଳ ମାଧ୍ୟମରେ ମକ୍ଡ୍ରିଲ୍ ପ୍ରଦର୍ଶନ କରିଥିଲେ । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଅଗ୍ନି ନିରାପତ୍ତା ସଚେତନତା ମକ୍ଡ୍ରିଲ୍ କାର୍ଯ୍ୟକ୍ରମରେ ଚିନିଶିଳ୍ପର ଭାରପ୍ରାପ୍ତ ସଂପାଦକ ଚିତ୍ତଚିନ୍ମୟ ରଂଜନ ନାୟକ, ସମବାୟ ଚିନିଶିଳ୍ପର କ୍ଷୀପ୍ରଲେଖକ ଚନ୍ଦ୍ରଶେଖର ଲେଙ୍କା, ସୁରକ୍ଷା ଅଧିକାରୀ ଜଗଦିଶ ପାତ୍ର, ବରିଷ୍ଠ କର୍ମଚାରୀ ଶେଫାଳୀ ସୁନ୍ଦର ଦାଶ, ରାଜେଶ୍ କୁମାର ନାୟକ, ସୁମନ୍ତ କୁମାର ପଟ୍ଟନାୟକ, ହରିହର ମହାରଣା, ଦୁଷ୍ମନ୍ତ କୁମାର ପାଢୀ, ସଂଜୟ ଷଡଙ୍ଗୀ, ରାଧାମୋହନ ନାହାକ, ଜ୍ୟୋତିର୍ମୟୀ ରାଉତ, ରାମପ୍ରସାଦ ଶତପଥୀ, ସୌମେନ୍ଦ୍ର କୁମାର ପଟ୍ଟନାୟକ, ବାଇଧର ନାହାକ, କେଶବ ସ୍ୱାଇଁ, ବିକାଶ କୁମାର ପଟ୍ଟନାୟକ, ସତ୍ୟବାନ ଲେଙ୍କା, ବିଶ୍ୱନାଥ ପାଣିଗ୍ରାହୀ, ଦିଲୀପ କୁମାର ସ୍ୱାଇଁ, କାଳୁଚରଣ ବିଷୋୟୀ,ନିରାପତ୍ତା ଅଧିକାରୀ ରାମପ୍ରସାଦ ୟାଲ୍ମୋ, ଭାରପ୍ରାପ୍ତ ଜେମାଦାର ଲକ୍ଷ୍ମୀନାରାୟଣ ସାହୁ, ସୁରକ୍ଷା କର୍ମୀ ଦମୋଦର ସିୟଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅଗ୍ନିକାଣ୍ଡ ସମୟରେ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ବିଭିନ୍ନ କୌଶଳ ଓ ପ୍ରତିଷେଧକ ସତର୍କ ପଦକ୍ଷେପ ସଂକ୍ରାନ୍ତରେ ଜ୍ଞାନ ଆହରଣ କରିଥିବା ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ଭଳିି ଚଳିତବର୍ଷ ମଧ୍ୟ ଦେଶବ୍ୟାପୀ ପାଳିତ ହେଉଛି ଅଗ୍ନିଶମ ସୁରକ୍ଷା ସପ୍ତାହ । ଏପ୍ରିଲ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଅଗ୍ନିଶମ ସୁରକ୍ଷା ସପ୍ତାହ ଆସନ୍ତା ୨୦ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଚଳିତବର୍ଷ ୮୧ତମ ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଆସିକା ଅଗ୍ନିଶମ ସେବା କେନ୍ଦ୍ରର ଆଗ୍ନେୟମାନେ ଜନସାଧାରଣମାନଙ୍କୁ ଅଗ୍ନିସତର୍କତା ପାଳନ ଓ ଅଗ୍ନି ଦାଉରୁ ରକ୍ଷା ସଂପର୍କରେ ସଚେତନ କରୁଥିବା ଦେଖିବାକୁ ମିଳୁଛି ।


