ଜଳସେବା ଶିବିର ଅନୁଷ୍ଠିତ
ଆସିକା (ୱାଇଏନ୍ଏସ୍): ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ ଆନୁକୂଲ୍ୟରେ ଆସିକା ବ୍ଳକ ଅନ୍ତର୍ଗତ ପାଣ୍ଡିଆପଥର ସ୍ଥିତ ଖାରି ବାବାଜୀଦୋରା ବିଦ୍ୟାପୀଠ ପକ୍ଷରୁ ସଂକ୍ରାନ୍ତି ମେରୁ ଯାତ୍ରା ଓ ସଙ୍କଟମୋଚନ ହନୁମାନଙ୍କ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି ଅବସରରେ ସାନଖୋଲି ଗ୍ରାମର କାଳୀମନ୍ଦିର ପଡିଆରେ ଏକ ଜଳସେବା ଶିବିର ଆୟୋଜନ କରାଯାଇ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଖାରି ବାଜାଦୀଦୋରା ବିଦ୍ୟାପୀଠର ସ୍କାଉଟ୍ ଟ୍ରୁପ୍ର ସ୍କାଉଟ୍ ମାଷ୍ଟର ମଦନ ମୋହନ ବାଡତ୍ୟାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସଂକ୍ରାନ୍ତି ମେରୁ ଯାତ୍ରା ଅବସରରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିର ରଖି ଶିକ୍ଷାନୁଷ୍ଠାନର ସ୍କାଉଟ୍ ସ୍ୱେଚ୍ଛାସେବୀ ମାନେ ସାଧାରଣଜନତାଙ୍କୁ ମାଗଣାରେ ଦହିପଣା, ନବାତପଣା, ଥଣ୍ଡା ପାନୀୟ ଜଳ ବଣ୍ଟନ କରିବା ସାଙ୍ଗକୁ ରୌଦ୍ରତାପରୁ ଆଶ୍ୱସ୍ତ ଦେବା ଲାଗି ମେସିନ୍ ସାହାଯ୍ୟରେ ଥଣ୍ଡାଜଳ ସ୍ପ୍ରେ କରିବା ସହ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଭଗବାନ ନାଇକ, ବିଶ୍ୱଜିତ୍ ଗୌଡ, ଦିନେଶ୍ ସାହୁ, ଏସ୍.ଅଙ୍କିତ୍ ରାଓ ଦୋରା, ରାଜେଶ୍ ସାହୁ, ପ୍ରିନ୍ସ ରଣା ପ୍ରମୁଖ ଉପସ୍ଥିତ ରହି ଏହି ଜଳସେବା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଗେଇ ଆସିଥିବା ଲକ୍ଷ୍ୟ କରାଯାଇଥିଲା ।


