ଅଗ୍ନିଶମ ବାହିନୀର ଅଗ୍ନି ସେବା ସପ୍ତାହ
ମୋହନା( ଓ୍ଗାଇଏନଏସ): ଗଜପତି ଜିଲ୍ଲା ମୋହନା ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନି ସେବା ସପ୍ତାହ ପାଳନ ହୋଇଯାଇଛି । ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ କବିରାଜ ସେଠି ଙ୍କ ନେତୃତ୍ୱରେ ବିଭିନ୍ନ ଶିକ୍ଷାନୁଷ୍ଠାନ କୁ ଯାଇ ଅପାତକାଳୀନ ପରିସ୍ଥିତିରେ କିଭଳି ମୁକାବିଲା କରାଯିବ ସେ ନେଇ ମକଡ୍ରିଲ କରିଥିଲେ। ଗତ 14 ତାରିଖ ଠାରୁ 20 ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀର ସେବା ସପ୍ତାହ ଥିବାବେଳେ ଗ୍ୟାସରେ ନିଆଁ ଲାଗିଲେ କିଭଳି ଲିଭାଇବା , ପାଣିରେ ବୁଡିଗଲେ କିଭଳି ଉଦ୍ଧାର କରାଯାଇ ପାରିବ, ଘରେ ନିଆଁ ଲାଗିଲେ କିଭଳି ସୁରକ୍ଷିତ ଉଦ୍ଧାର ହେବ ସେ ନେଇ ସୂଚନା ଦେଇଥିଲେ ଅଗ୍ନିଶମ ଅଧିକାରୀ । ଏହି ଅବସରରେ ମୋହନା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଏମକେସିଜି ବଧିର ବିଦ୍ୟାଳୟ ସହ ଚନ୍ଦ୍ରଗିରି, ଚାନ୍ଦିପୁଟ, ଅଡବା ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ମକଡ୍ରିଲ କରିଛନ୍ତି ଅଗ୍ନିଶମ କର୍ମଚାରୀ ।