ଶାସଙ୍ଗ ହାଇସ୍କୁଲରେ ବନମହୋତ୍ସବ ପାଳନ

ହାଟଡିହି (ଓ୍ବାଇଏନଏସ) ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ବନମହୋତ୍ସବ ସପ୍ତାହ ପାଳନ ହୋଇ ଯାଇଛି। ଏହି ଅବସରରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାଧାକୃଷ୍ଣ ପତିଙ୍କ ତ୍ତତ୍ଵାବଧାନରେ  ଇକୋ କ୍ଳବ୍ ଶିକ୍ଷକ ଶ୍ରୀଯୁକ୍ତ ମାଧବାନନ୍ଦ ଜେନା ଇକୋ କ୍ଳବ୍ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମା ପାଇଁ ଗଛଟିଏ ପ୍ରତ୍ୟେକ ଛାତ୍ରଛାତ୍ରୀ ସେମାନଙ୍କର ବାଡି ବଗିଚାରେ ମା କିମ୍ବା ବାପାଙ୍କ ସହିତ ଚାରା ରୋପଣର ଫଟୋ ବିଦ୍ୟାଳୟ ଗୃପରେ ଦେଲେ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ଯାହା ଫଳରେ ଉକ୍ତ କାର୍ଯ୍ୟକ୍ରମ ଅଧିକ ସଫଳ ହୋଇପାରିବ ବୋଲି କହିଥିଲେ। ତାପରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଫୁଲ, ଫଳ, ବଉଳକୋଳି, ଦେବଦାରୁ ଇତ୍ୟାଦି ଚାରା ରୋପଣ କରାଯାଇଥିଲା ଏଥିରେ ଅବସରର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନବକିଶୋର ବିଶ୍ୱାଳ, ଶିକ୍ଷକ ଶିଶିର କୁମାର ବିଶ୍ଵାଳ, ଲକ୍ଷ୍ମୀକାନ୍ତ ମିଶ୍ର,ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ ସତ୍ୟବ୍ରତ ବିଶ୍ୱାଳ,ପର୍ଶୁରାମ ନାୟକ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ