ସୋସିଆଲ ମିଶନ ୱାଲର୍ଡ ସଂଗଠନ ପକ୍ଷରୁ ବନ ମହୋତ୍ସବ
ନାଉଗାଁ, (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋସିଆଲ ମିଶନ ୱାଲର୍ଡ ସଂଗଠନ ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଅଧ୍ୟକ୍ଷ ସର୍ବେଶ୍ୱର ମହାରଣାଙ୍କ ନେତୃତ୍ୱରେ ବିଦ୍ୟାଳୟ ଚତୁଃପାଶ୍ୱର୍ରେ ବିଭିନ୍ନ ପ୍ରକାର ଚାରାରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ୟାପକ ଡ. ନିରଞ୍ଜନ ବିଶ୍ୱାଳ, ଅଧ୍ୟାପକ ପ୍ରତାପ କୁମାର ମିଶ୍ର, ପରିବେଶବିତ୍ ବିଭୁତି ଭୂଷଣ ତ୍ରିପାଠୀ, ସମାଜସେବୀ ବିଚିତ୍ର କୁମାର ପଣ୍ଡା,ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ପ୍ରମୁଖ ଯୋଗ ଦେଇ ପରିବେଶରୁ ଦିନକୁ ଦିନ ବୃକ୍ଷ ହ୍ରାସ ପାଉଥିବା ବେଳେ ପାଣିପାଗରେ ଅନିୟମିତତା ଦେଖାଦେଉଛି। ଏତଦ୍ ବ୍ୟତିତ ଗ୍ରାମାଂଚଳରୁ କ୍ରମଶଃ ବୃକ୍ଷ ଲୋପ ପାଇବାକୁ ବସିଲାଣି। ପରିବେଶକୁ ସୁସ୍ଥ ସୁନ୍ଦର କରିବା ପାଇଁ ବୃକ୍ଷର ଆବଶ୍ୟକତା ରହିଛି ବୋଲି ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚାରାରୋପଣ କରିଥିଲେ।