ବାହାରିପୁର ହାଇସ୍କୁଲରେ ବନ ମହୋତ୍ସବ ସପ୍ତାହ ପାଳିତ

ହାଟଡିହି (ଓ୍ବାଇଏନଏସ)  ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ,ବାହାରିପୁରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି |ଏହି ଉପଲକ୍ଷେ ଇକୋ କ୍ଲବର ଶିକ୍ଷକ ବାଦଲ କୁମାର ଜେନାଙ୍କ ସଂଯୋଜନା ତଥା ପ୍ରଧାନ ଶିକ୍ଷକ ଜୟକୃଷ୍ଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୃକ୍ଷ ରୋପଣ, ସବୁଜ ଶପଥ, ଚିତ୍ରାଙ୍କନ,  ଏକ ପେଡ ମା କି ନାମ, ପଦଯାତ୍ରା ଆଦି କାର୍ଯ୍ୟକ୍ରମ କରାଯାଇ ଜନ ସଚେତନତା ସୃଷ୍ଟି କରାଯାଇଛି | ବିଦ୍ୟାଳୟର ଇକୋ କ୍ଲବ, ଶକ୍ତି କ୍ଲବ,ୟୁଥ ଏବଂ ଇକୋ କ୍ଲବ, ଜୁନିଅର ରେଡକ୍ରସ, ସ୍କାଉଟ ଗାଇଡ଼ ଆଦିର ଛାତ୍ର ଛାତ୍ରୀ ମାନଙ୍କର ସହଯୋଗ ରେ ବିଦ୍ୟାଳୟ ପରିସରରେ ୫୦ରୁ ଉର୍ଦ୍ଧ ଚାରା ରୋପଣ କରାଯାଇ ପିଲାମାନଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ସଚେତନ କରାଯାଇଛି | ଓଡିଶା ସରକାରଙ୍କର ଜଳବାୟୁ ଓ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ମନୋରଞ୍ଜନ ସାହୁ, ଦିବ୍ୟ ସିଂ ସୋରେନ, ଆଲୋକ କୁମାର ଦାସ, ସୁଧାସିନ୍ଧୁ ପାଣି, ପ୍ରଦୀପ କୁମାର ସାହୁ  ଶିକ୍ଷୟିତ୍ରୀ ସୋନାଲି ସାହୁ ଓ କର୍ମଚାରୀ ବିଜୁ ଯେନା ପ୍ରମୁଖ ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ