ଚାଷୀଙ୍କଠୁ ନେଉଥିଲେ ଲାଞ୍ଚ: ଭିଜିଲାନ୍ସ ଜାଲରେ ଫରେଷ୍ଟର

କଟକ, (ଓ୍ବାଇଏନଏସ): ଚାଷୀଙ୍କଠୁ ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ଫରେଷ୍ଟର । ବଲାଙ୍ଗୀର ଜିଲ୍ଲା ମୁରିବାହାଳ ରେଞ୍ଜ ଅଧିନସ୍ଥ ଗୁଲ୍ମୀ ବନଖଣ୍ଡ ଅଧିକାରୀ ଫରେଷ୍ଟର ଅଶୋକ କୁମାର ନାୟକଙ୍କ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି । ଏକକାଳୀନ ଦୁଇଟି ସ୍ଥାନରେ ଚଢାଉ ଜାରି । ଗତକାଲି ମୟୂରଭଞ୍ଜର ଦୁଇ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ଧରାପଡିଥିଲେ । ଭିଜିଲାନ୍ସ ବିଭାଗ ଦେଇଥିବା ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ମୁରିବାହାଳ ରେଞ୍ଜ ଅଧିନସ୍ଥ ଗୁଲ୍ମୀ ବନଖଣ୍ଡ ଅଧିକାରୀ ଫରେଷ୍ଟର ଅଶୋକ କୁମାର ନାୟକଙ୍କୁ ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି । ତେବେ ଗୁଲ୍ମୀ ଅଞ୍ଚଳର ଜଣେ ଚାଷୀ ନିଜ ବିଲରେ ଥିବା ଗଛ କରିବା ଓ ତାକୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ଆବେଦନ କରିଥିଲେ । ଏହାକୁ ନେଇ ଫରେଷ୍ଟର ଅଶୋକ ନାୟକ ତାଙ୍କୁ ଦଶ ହଜାର ଲାଞ୍ଚ ମାଗିବା ସହ ଦୁଇ ହଜାର ଟଙ୍କା ଫାଇନ କରିଥିଲେ । ସେପଟେ ସଂପୃକ୍ତ ଚାଷୀ ଜଣକ ଭିଜିଲାନ୍ସ ବିଭାଗରେ ଏହାର ଅଭିଯୋଗ କରିଥିଲେ । ଯାହା ପରେ ଆଜି(ମଙ୍ଗଳବାର) ଚାଷୀ ଜଣକ ତାଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଭିଯୁକ୍ତ ଫରେଷ୍ଟର ଅଶୋକ କୁମାର ନାୟକଙ୍କୁ ଗିରଫ କରିଛି । ସେହିପରି ତାଙ୍କଠୁ ଦଶ ହଜାର ଲାଞ୍ଚ ଟଙ୍କା ସମେତ ୧୨ ହଜାର ଟଙ୍କା ଜବତ କରିଛି । ସମାନ ଭାବରେ ଭିଜିଲାନ୍ସ ବିଭାଗ ଏକ କାଳୀନ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ସମ୍ବଲପୁର ଭିଜିଲାନ୍ସ ବିଭାଗ କେସ ନମ୍ବର ୧/୨୦୨୬, ଆଇପିସି -୭ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସେପଟେ ଭିଜିଲାନ୍ସ ବିଭାଗ ଏହାର ତଦନ୍ତ ଜାରି ରଖିଥିବା ବେଳେ ସେ କେବେଠୁ ଚାକିରି କରିଥିଲେ । ତାଙ୍କର କୌଣସି ଆୟ ବହିର୍ଭୂତ ସମ୍ପତ୍ତି ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ