ଫ୍ରଣ୍ଟିୟର ଟେକ୍ନୋଲୋଜି ସେଣ୍ଟର ଅଫ୍ ଏକ୍ସେଲେନ୍ସ ଉଦଘାଟିତ

ଗୁଣୁପୁର,(ୱାଇଏନଏସ): ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଆଇ ଡି ଏସ ପ୍ରାଇଭେଟ୍ ଲିମିଟେଡର ଫ୍ରଣ୍ଟିୟର ଟେକ୍ନୋଲୋଜିରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଉଦ୍ଘାଟିତ ହୋଇଯାଇଛି ।କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନୟରିଙ୍ଗ୍ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇ ଡି ଏସ ପ୍ରାଇଭେଟ୍ ଲିମିଟେଡର ଉପ ସଭାପତି ସୁନୀଲ ସୁବ୍ରମଣ୍ୟମ ଯୋଗ ଦେଇ ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ପ୍ରଯୁକ୍ତିକ ପରିବେଶରେ ଅନୁକୂଳନ କ୍ଷମତାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ ପେଶାଦାରମାନେ ନିରନ୍ତର ଭାବେ ନୂତନ ପ୍ରଯୁକ୍ତି ସହ ଆପଡେଟ୍ ରହିବା ଆବଶ୍ୟକ ଏବଂ ନିଜେ ମଧ୍ୟ ସାର୍ଟିଫିକେସନ୍ କରି ନିଜକୁ ପ୍ରସ୍ତୁତ ରଖିଛନ୍ତି। ବିଶ୍ୱବିଦ୍ୟାଳୟର ଉପସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗ ଦେଇ ଅଧ୍ୟାପକମାନଙ୍କ ପାଇଁ ଏହି ସେଣ୍ଟର ଅଫ୍ ଏକ୍ସେଲେନ୍ସ ବିଶେଷ ଭାବେ ଉପକାରୀ ହେବ, ଯାହା ତାଙ୍କର ଶିକ୍ଷାଦାନ କ୍ଷମତା ଓ ଗବେଷଣାର କ୍ଷମତାକୁ ଉନ୍ନତ କରିବ। ଉପ କୁଳପତି ଡ ଏ ଭି ଏନ୍ ଏଲ ଶର୍ମା ଯୋଗ ଦେଇ ଭବିଷ୍ୟତରେ ନୂତନ ଜ୍ଞାନ ର ଅନ୍ୱେଷଣ ଓ ନିଷ୍ପତ୍ତି ନେବା, ଗବେଷଣା ଓ ପ୍ରଯୁକ୍ତିଗତ ଉନ୍ନତିରେ ତଥ୍ୟ ର ଭୂମିକା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରୁଥିଲେ।ଏହି ଅବସରରେ ଆଇ ଡି ଏସ ପ୍ରାଇଭେଟ୍ ଲିମିଟେଡର ଉପ ସଭାପତି ସୁନୀଲ ସୁବ୍ରମଣ୍ୟମ ଏବଂ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ଡ ଏନ୍ ଭି ଜେ ରାଓଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନୟରିଙ୍ଗ୍ ବିଭାଗର ଡେପୁଟୀ ଡିନ ଡ. କେ ମୂରଲୀ ଗୋପାଳ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଡ. ଡି. ଅନିଲ କୁମାର ଧନ୍ଯବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଏଆଇ, ବ୍ଲକଚେନ୍ ଓ ସାଇବର ସୁରକ୍ଷାରେ ନୂଆ ଦିଗ ବିଷୟରେ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ