ଜମୁଛି ଗଜଲକ୍ଷ୍ମୀ ପୂଜା, ପୂଜା ମଣ୍ଡପରେ ଦର୍ଶକଙ୍କ ଭିଡ
ବନ୍ତ,୩୧/୧୦(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିକଟବର୍ତ୍ତୀ ଛଞ୍ଚଣା ବଜାରରେ ଗତ ରବିବାର ରାତି ଠାରୁ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜା ଗତ ଦୁଇ ଦିନ ଧରି ଫିକା ପଡିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରୁ ପାଗ ଅନୁକୂଳ ଥିବାରୁ ପୂଜା ମଣ୍ଡପରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ସାର୍ବ ଜନୀନ ଗଜ ଲକ୍ଷ୍ମୀ ପୂଜା କମିଟିର କର୍ମକର୍ତ୍ତାଙ୍କ କହିବା ଅନୁଯାୟୀ ଏହି ବଜାରରେ ଦୀର୍ଘ ୩୯ ବର୍ଷ ଧରି ମା’ଗଜ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି । ପ୍ରଥମେ ସ୍ୱର୍ଗତ ଦୟାନିଧି ପଣ୍ଡା, ସ୍ୱର୍ଗତ ପଦ୍ମନାଭ ସେନାପତି, ସ୍ୱର୍ଗତ ଭୈରବ ନାୟକ, ନିର୍ମଳ ବାରିକ, ଅନନ୍ତ ମହାପାତ୍ର, ଧ୍ରୁବ ଚରଣ ବେହେରାଙ୍କ ଉଦ୍ୟମରେ ଏହି ପୂଜା ଅରମ୍ଭ ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ବଜାର କମିଟି ଓ ଅଞ୍ଚଳବାସୀଙ୍କ ସହଯୋଗରେ ଏହି ପୂଜା ମହା ସମାରୋହରେ ପାଳିତ ହୋଇଆସୁଛି । ଚଳିତ ବର୍ଷ ରବିବାର ରାତିରୁ କପାଳୀ ନଦୀରୁ ବାଙ୍କ ବିହାରୀ ଭୋଇ ଓ ତାଙ୍କ ଧର୍ମପତ୍ନୀ ସୁକାନ୍ତୀ ଭୋଇ କଳସ ଆଣିବା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ବାସୁଦେବ ପାଢୀ ଓ ଶ୍ୟାମ ସୁନ୍ଦର ପାଢୀ ପୂଜା ଦାୟୀତ୍ୱ ସମ୍ପାଦନ କରୁଛନ୍ତି । ଶାଳନିଆ ଗ୍ରାମର ମହେନ୍ଦ୍ର ଜେନାଙ୍କ ଦ୍ୱାରା ନିର୍ମିତ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିଓ ବାରୁଆଳୀ ବେଶ ଆକର୍ଷଣୀୟ ହୋଇଛି । ଦର୍ଶକ ମାନଙ୍କୁ ଆକୃଷ୍ଟ କଲାଭଳି ପୂଜା ମଣ୍ଡପ ଓ ସୁଉଚ୍ଚ ତୋରଣ ନିର୍ମାଣ ହୋଇଥିବା ବେଳେ ବଜାର ଅଞ୍ଚଳକୁ୍ ବିଭିନ୍ନ ରଙ୍ଗୀ ବୋରଙ୍ଗୀ ଆଲୋକ ମାଳାରେ ସଜ୍ଜା ଯାଇଛି । ସେହିପରି ପୂଜା ଉତ୍ସବରେ ଦୋଳି, ମୀନା ବଜାର ଆଦି ପଡିଥିବା ବେଳେ ଦର୍ଶକଙ୍କ ଚାହିଦାକୁ ଲକ୍ଷ୍ୟ କରି ଚାଟ, ଚାଉମିନ ସମେତ ବିଭିନ୍ନ ଦୋକାନ ଖୋଲା ଯାଇଛି । ଏହି ପୂଜା ଦେଖିବା ପାଇଁ ଭଣ୍ଡାରିପୋଖରୀ ବ୍ଲକର ନାଆଁମୀ, ରାଜେନ୍ଦ୍ରପୁର, ବନ୍ତ ବ୍ଲକର ସେଣ୍ଢତୀରା. ଗୋବିନ୍ଦପୁର, ନିଳୋକ ଏବଂ ହାଟଡିହୀ ବ୍ଲକର ଡଅଁର, ଗେଡମା ଆଦି ପଞ୍ଚାୟତର ଦର୍ଶକ ମାନେ ଆସୁଛନ୍ତି । ଶାନ୍ତି ଶୃଂଖଳା ରକ୍ଷା ପାଇଁ ଭଣ୍ଡାରିପୋଖରୀ ଥାନା ଓ ମଞ୍ଜୁରୀରୋଡ ଫାଣ୍ଡି ଏବଂ ଜରୁରୀ କାଳୀନ ପରିସ୍ଥିତ ପାଇଁ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ପୂଜା ଉତ୍ସବ ପରିଚାଳନାରେ କମିଟିର ରାଜ କିଶୋର ଜେନା, ନାରାୟଣ ପାତ୍ର, ଅରୁଣ ମାଝୀ, ଶଶୀକାନ୍ତ ପଣ୍ଡା, ପ୍ରଶାନ୍ତ ନାୟକ, ସୂର୍ଯ୍ୟକାନ୍ତ ନାୟକ, ଯଶୋବନ୍ତ ଦାସ, ଦଶରଥ ଜେନା, ସୁଶାନ୍ତ ବାରିକ, ବିରଞ୍ôଚ ପଣ୍ଡା, ପ୍ରେମାନନ୍ଦ ନାୟକ, ଗଜେନ୍ଦ୍ର ମହାପାତ୍ର, ଦୁର୍ଯ୍ୟୋଧନ ସାହୁ, ଯଶୋବନ୍ତ ପହିଙ୍କ ସମେତ ବଜାର କମିଟିର ସମସ୍ତ ସଦସ୍ୟ ଓ ଅଞ୍ଚଳବାସୀ ମାନେ ସହଯୋଗ କରୁଛନ୍ତି ।


