ଚୌଦ୍ୱାର ଜେଲ ଭିତରେ ଗ୍ୟାଙ୍ଗଷ୍ଟରଙ୍କ ଥାର୍ ପଶିବା ଘଟଣା, ୨୪ ଘଣ୍ଟା ପରେ ବି ହେଲାନି ଏତଲା

କଟକ, (ଓ୍ବାଇଏନଏସ): କଟକ ଚୌଦ୍ୱାର ଜେଲ୍ ଭିତରକୁ ଗ୍ୟାଙ୍ଗଷ୍ଟରଙ୍କ ଥାର୍‌ ଗାଡ଼ି ପଶିବା ଘଟଣାରେ କେବେ ହେବ ଏତଲା। ଗତକାଲି ଜେଲ୍‌ ଡିଆଇଜି ଏବଂ ଜେଲ୍ ଅଧୀକ୍ଷକ କହିଥିଲେ ଏତଲା କରିବେ। ମାତ୍ର ୨୪ ଘଣ୍ଟା ପରେ ବି ଏତଲା ହୋଇନି। ଗ୍ୟାଙ୍ଗଷ୍ଟରଙ୍କ ଥାର୍‌ ଗାଡ଼ି ଚୌଦ୍ବାର ଜେଲରେ ପଶିବା ଘଟଣାରେ ହେବ ଏତଲା। ମାତ୍ର ପ୍ରେସମିଟକୁ ୨୪ ଘଣ୍ଟା ବିତିଲା। ଏଯାଏଁ କାହାରି ବିରୋଧରେ ଏତଲା ହୋଇନି। ନା ଗ୍ୟାଙ୍ଗଷ୍ଟର ଲିଟୁଆ, ନା ଥର୍ ଗାଡ଼ି ଚାଳକ, ନା ସାଥିରେ ଭିତରକୁ ଯାଇଥିବା ଅନ୍ୟମାନେ, କାହାରି ବିରୋଧରେ ହୋଇନି ଏତଲା। ଏଠି ପ୍ରଶ୍ନ, କାହିଁକି ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଏତଲା ଦେଉନାହାନ୍ତି ଜେଲ୍ କର୍ତ୍ତୃପକ୍ଷ? ଏତଲା ଦେଲେ ଜେଲ୍‌ ବିଭାଗର ଦୋଷ ଦୁର୍ବଳତା ପଦାରେ ପଡ଼ିଯିବ କି? ଜେଲ୍‌ ଭିତରକୁ ଗ୍ୟାଙ୍ଗଷ୍ଟରଙ୍କ ଥାର୍‌ ଗାଡ଼ି ଯିବା ବଡ଼ ତ୍ରୁଟି ଏବଂ ସୁରକ୍ଷା ଭଙ୍ଗ ବୋଲି ଜେଲ୍ ଅଧୀକ୍ଷକ ସ୍ବୀକାର କରିଥିଲେ ବି ଏତଲା ନକରିବା ଅପାରଗତାକୁ ଦର୍ଶାଉଛି ବୋଲି କହିଛନ୍ତି ପୂର୍ବତନ ପୁଲିସ ଅଧିକାରୀ। ଏପଟେ ଘଟଣାକୁ ନେଇ ଜୋର୍ ଧରିଛି ରାଜନୀତି। ବିଭ୍ରାଟ ପରେ ବିଭ୍ରାଟ ହେଉଛି। ତଥାପି ଗୃହ ବିଭାଗ କାର୍ୟ୍ୟାନୁଷ୍ଠାନ ନନେବା ସନ୍ଦେହ ସୃଷ୍ଟି କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଜେଲ୍‌ ବିଭାଗ ବୁଢ଼ିଆଣୀ ଜାଲର ଅଡ଼ୁଆ ସୁତାରେ ଛନ୍ଦି ହୋଇଯାଇଥିବା କହିଛନ୍ତି ବରିଷ୍ଠ ଆଇନଜୀବୀ। ଚୌଦ୍ବାର ଜେଲ୍‌ ଭିତରେ ଥାର୍‌ ଗାଡ଼ି ପଶିବା ଘଟଣାରେ କେବେ ହେବ ଏତଲା? ଏତଲା ନାଁରେ ଆଉ କେତେ ଦିନ ଗଡ଼ାଇ ଚାଲିବେ ଜେଲ୍ କର୍ତ୍ତୃପକ୍ଷ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ