ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ପୋଲିସର ଜରୁରୀକାଳୀନ ନମ୍ବର ଜାରି

ଛତ୍ରପୁର, (ଓ୍ବାଇଏନଏସ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ଜରୁରୀକାଳୀନ ଯୋଗାଯୋଗ ନମ୍ବର ଜାରି କରାଯାଇଛି। ବାତ୍ୟା ସମୟରେ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ଲୋକେ ୧୧୨ ନମ୍ବରରେ ଯୋଗାଯୋଗ କରିପାରିବେ। ଏଥିସହ ଗଞ୍ଜାମ ପୋଲିସ ପକ୍ଷରୁ ଜାରି କରାଯାଇଥିବା ସିୟୁଜି ନମ୍ବର ମାଧ୍ୟମରେ ମଧ୍ୟ ନିଜ ଅଞ୍ଚଳର ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗ କରିହେବ। ଲୋକଙ୍କୁ ତୁରନ୍ତ ପୋଲିସ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ ସମସ୍ତ ଏସଡିପିଓଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀମାନଙ୍କ ସିୟୁଜି ନମ୍ବର ଜାରି କରାଯାଇଛି। ବାତ୍ୟା ସମୟରେ ଲୋକେ ଆତଙ୍କିତ ନହୋଇ ଜରୁରୀ ପରିସ୍ଥିତିରେ ନିକଟସ୍ଥ ପୋଲିସ ଅଧିକାରୀ କିମ୍ବା ୧୧୨ ନମ୍ବରରେ ଯୋଗାଯୋଗ କରିବାକୁ ଗଞ୍ଜାମ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ମୁକାବିଲା କରିବା ସହ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବାକୁ ସୁନିଶ୍ଚିତ କରିବା ପାଇଁ ଗଞ୍ଜାମ ପୋଲିସ ସଜାଗ ରହିଥିବା ସୂଚନା ମିଳିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ