ପୂର୍ବତନ ସରପଞ୍ଚ ରାମେଶ୍ୱର ବିଶ୍ୱାଳଙ୍କ ପରଲୋକ

ବୁଗୁଡ଼ା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ବ୍ଲକର ଅବିଭକ୍ତ କରଚୁଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତମାନର କରସିଙ୍ଗି ପଞ୍ଚାୟତର ବିଶିଷ୍ଟ ବ୍ୟକ୍ତି ଓ ଦୃଢ଼ ସଂଗଠକ କରସିଙ୍ଗି ଗ୍ରାମର ରାମେଶ୍ୱର ବିଶ୍ୱାଳ (କାବୁଲି )ଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପରିବାରବର୍ଗ, ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁ ବୃନ୍ଦ ଶେଷ ଦର୍ଶନ ପାଇ ରୁଣ୍ଡ ହୋଇଥଲେ। ସ୍ବର୍ଗତ ରାମେଶ୍ୱର ବିଶ୍ୱାଳ ବିଜୁ ଜନତା ଦଳର ଜଣେ ଆଗ ଧାଡ଼ିର ସଂଗଠକ ଥିବା ବେଳେ ତିନି ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଶ୍ରୀ ବିଶ୍ୱାଳଙ୍କ ପରଲୋକ ଖବର ପାଇ ଶେଷ ଦର୍ଶନ ପାଇଁ ପୂର୍ବତନ ପୋଲସରା ନିର୍ବାଚନ ମଣ୍ଡଳି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ଶହ ଶହ ଦଳୀୟ ନେତା ଓ କର୍ମୀଙ୍କ ସମାଗମ ହୋଇଥିଲା। କରସିଙ୍ଗି ପଞ୍ଚାୟତର ବିଶ୍ୱକର୍ମା ରୂପେ ପରିଚିତ ସ୍ବର୍ଗତ ରାମେଶ୍ୱର ବିଶ୍ୱାଳଙ୍କ ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବା ଚିନ୍ତାଶୀଳ ବ୍ୟକ୍ତି ବୃନ୍ଦ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାର ପ୍ରତି ବିଭିନ୍ନ ମହଲରୁ ସମବେଦନା ଜ୍ଞାପନ କରାଯାଇଛି। କଟକର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ୫୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହେବାଥିଲା। ତାଙ୍କ ମର ଶରୀରକୁ ଗ୍ରାମରେ ଏକ ଶୋଭାଯାତ୍ରା କରି ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ