ଚିକିଟିରେ ବିଜେପିର ସଂଗଠନ ସଶକ୍ତିକରଣ ବୈଠକ

ଚିକିଟି(ଦୀପ୍ତି ରଞ୍ଜନ ପାଢ଼ୀ ):  ଗଞ୍ଜାମ ଜିଲ୍ଲା ଚିକିଟି  ଅଞ୍ଚଳରେ ଭାରତୀୟ ଜନତା ପାର୍ଟିର ସୁରଳ ମଣ୍ଡଳ ସଂଗଠନ ସଶକ୍ତିକରଣ ବୈଠକ ସ୍ଥାନୀୟ ଗଣେଶ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି।ଯୁବ ନେତା  ନିରଞ୍ଜନ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଚିକିଟି ବ୍ଲକର ଶତାଧିକ ବିଜେପି କର୍ମୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମଣ୍ଡଳ ସଭାପତି ବାବାଜୀ ଓଡ଼ିଆ, ପୂର୍ବତନ ଚିକିଟି ଚେୟାରମ୍ୟାନ୍ ନାର୍ସୁମୁଲୁ ରେଡ୍ଡୀ, ହୃଷୀକେଶ ନାୟକ, ବାବାଜୀ ବେହେରା, ହେମଚନ୍ଦ୍ର ରେଡ୍ଡୀ, ବାସନ୍ତୀ ରେଡ୍ଡୀ, ସୀମାଞ୍ଚଳ ଚୌଧୁରୀ, ହରମ୍ବ ଦାସ ଓ ବିନୋଦ ପଟ୍ଟନାୟକଙ୍କ ସମେତ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।ଦଳୀୟ ପୁରୁଣା କର୍ମୀଙ୍କୁ ଅଣଦେଖା ନେଇ ଅସନ୍ତୋଷ ନେଇ ବୈଠକ ରେ କ୍ଷୋଭ ପ୍ରକାଶ ପାଇଥିଲା। ବୈଠକରେ ଦଳର ପୁରୁଣା ଓ ଅଭିଜ୍ଞ କର୍ମୀଙ୍କୁ କୋଣ ଠେସା  କରାଯାଉଥିବା ନେଇ କିଛି ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ନୂଆ କରି ଦଳରେ ଯୋଗଦେଇଥିବା ଲୋକଙ୍କୁ ଅଧିକ ଗୁରୁତ୍ୱ ଓ ସୁବିଧାସୁଯୋଗ ଦିଆଯାଉଥିବା ବେଳେ ଦୀର୍ଘଦିନ ଧରି ଦଳ ପାଇଁ କାମ କରୁଥିବା ପୁରୁଣା କର୍ମୀଙ୍କୁ ଉପେକ୍ଷା କରାଯାଉଛି। ଏହାକୁ ନେଇ ଦଳର ତୃଣମୂଳ ସ୍ତରରେ ଅସନ୍ତୋଷ ଥିବା ଆଲୋଚନା ହୋଇଥିଲା।

ଅନ୍ୟପକ୍ଷରେ, ଏହି ସଂଗଠନ ସଶକ୍ତିକରଣ ବୈଠକରେ ସ୍ଥାନୀୟ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଂଗଠନକୁ ମଜବୁତ କରିବା ଓ ପୁରୁଣା କର୍ମୀଙ୍କୁ ଏକଜୁଟ କରିବା ଜରୁରୀ ଥିବା ବେଳେ ବିଧାୟକଙ୍କ ଅନୁପସ୍ଥିତି ଦଳୀୟ ଏକତା ଉପରେ ପ୍ରଶ୍ନ ଉଠାଉଥିବା ମତ ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି। ତେବେ ଏହି ଅନୁପସ୍ଥିତିର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ଚିକିଟି ବିଜେପିରେ ପୁରୁଣା ଓ ନୂଆ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ସଂଗଠନକୁ ଅଧିକ ସୁଦୃଢ଼ କରିବା ଦଳୀୟ ନେତୃତ୍ୱ ପାଇଁ ଏକ ବଡ଼ ଆହ୍ୱାନ ହୋଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ବୈଠକ ରେ ସି ଏଚ   ବୈରାଗୀ ରେଡଡି, ସିମାଞ୍ଚଳ ଚୌଧୁରୀ, ଚନ୍ଦ୍ର ବେହେରା, ହେରାମ୍ବ ଦାସ  ଶିବା ରେଡ୍ଡୀ, ବଇରୀ ରେଡି  ରାଜେନ୍ଦ୍ର ସେଠି, ଶଙ୍କର ବେହେରା, ବିଜୟ ବେହେରା,ହେମଚନ୍ଦ୍ର ରେଡ୍ଡୀ, ହୃଷିକେଶ ନାୟକ, କାନକା ରେଡ୍ଡୀ, ଡିଲ୍ଲୀ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ