ଅନ୍ତର୍ଜାତୀୟ ପାୱାରଲିଫ୍ଟିଂ ଚାମ୍ପିୟନସିପ୍‌ରେ ଗୁଣପୁରର ଚମକ: ତିନି ପ୍ରତିଯୋଗୀଙ୍କୁ ସ୍ୱର୍ଣ୍ଣ ପଦକ

ଗୁଣପୁର, (ୱାଇଏନଏସ): ଗତ ଦୁଇଦିନ ହେଲା ହରିୟାଣାର ଫରିଦାବାଦଠାରେ ଆୟୋଜିତ UWSSF ପାର୍ଭ କ୍ଲାସିକ୍ ଅନ୍ତର୍ଜାତୀୟ ପାୱାରଲିଫ୍ଟିଂ ଚାମ୍ପିୟନସିପ୍‌–୨୦୨୬ରେ ଓଡ଼ିଶାର ତିନି ଜଣ ପ୍ରତିଯୋଗୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ତିନିଜଣ ଯାକ ନିଜ ନିଜ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପ୍ରତିଯୋଗିତାର ମାଷ୍ଟର ବର୍ଗର ୮୦ କିଲୋଗ୍ରାମ ଓଜନ ବିଭାଗରେ ଗୁଣପୁରର ମୁନା ଶବର ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ୭୫ କିଲୋଗ୍ରାମ ବିଭାଗରେ କୁଜେନ୍ଦ୍ରୀର ଦିଲୀପ କୁମାର ଶବର ଏବଂ ୭୦ କିଲୋଗ୍ରାମ ବିଭାଗରେ ଗୁଣପୁରର ନାଗେଶ୍ୱର ଦାସ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ତିନି ପ୍ରତିଯୋଗୀଙ୍କ ସଫଳତା କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଛି। ସୀମିତ ସୁଯୋଗ ମଧ୍ୟରେ ନିଜର ନିଷ୍ଠା, ଅଧ୍ୟବସାୟ ଓ କଠିନ ପରିଶ୍ରମ ବଳରେ ଅନ୍ତର୍ଜାତୀୟ ମଞ୍ଚରେ ସଫଳତା ହାସଲ କରି ସେମାନେ ଅନ୍ୟ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ତିନି ଜଣଙ୍କ ଏହି ଗୌରବମୟ ସଫଳତା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ସେମାନଙ୍କୁ ଅଭିନନ୍ଦନ ଜଣାଯାଇଛି। ସୂଚନାଯୋଗ୍ୟଯେ କୃତିତ୍ବ ହାସଲ କରିଥିବା ଏହି ତିନିଜଣ ମହାବୀର ଜିମର ସଭ୍ୟ ହୋଇଥିବା ବେଳେ ନିଜସ୍ଵ ଉଦ୍ୟମରେ ହରିଆଣା ଯାଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ