ହଦଗଡ଼ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬

ହାଟଡିହି  (ଓ୍ବାଇଏନଏସ): ହଦଗଡ଼ କ୍ଲଷ୍ଟର ସମୂହ ବିଦ୍ୟାଳୟକୁ ନେଇ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି। ଏଥିରେ ୧୦ଟି ବିଦ୍ୟାଳୟ ର ୮୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ୪ର୍ଥ ରୁ ୭ମ ଯାଏ ପିଲାଙ୍କୁ ନେଇ କନିଷ୍ଠ ବିଭାଗ ଓ ୮ମରୁ ୧୦ମ ଯାଏ ପିଲାଙ୍କୁ ନେଇ ବରିଷ୍ଠ  ବିଭାଗ ମାଧ୍ୟମରେ ସୁନ୍ଦର ହସ୍ତାକ୍ଷର ଓ ଶୃତଳିଖନ, ଚିତ୍ରାଙ୍କନ, ଦେଶାତ୍ମକ ସଙ୍ଗୀତ, କୁଇଜ୍ , ସୃଜନଶୀଳ ଲିଖନ, ବକ୍ତୃତା, ବିତର୍କ, ପ୍ରବନ୍ଧ ଲିଖନ,  ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା।  ଉଦଯାପନୀ ସମାରୋହରେ ହଡ଼ଗଡ଼ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମାର୍କଣ୍ଡ ଚରଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟ ପରାଜୟର ମନୋଭାବ ନରଖି ଆଗାମୀ ଦିନମାନଙ୍କରେ ନିଜକୁ ପ୍ରସ୍ତୁତ ରହିବାକୁ ପିଲାମାନଙ୍କୁ ଉପଦେଶ ଦେଇଥିଲେ। ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ  ମଞ୍ଚ ପରିଚାଳନା କରିଥିଵା ବେଳେ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସତ୍ୟନାରାୟଣ ଗିରି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୁରେନ୍ଦ୍ର କୁମାର ବେହେରା, ମହେଶ୍ୱର ଯେନା, ଲକ୍ଷ୍ମୀ ନାରାୟଣ ନାଇକ, ପ୍ରଫୁଲ୍ଲ କୁମାର ବେହେରା, ପ୍ରଫୁଲ୍ଲ କୁମାର ପଣ୍ଡା, ନରେନ୍ଦ୍ର ହୋ, ଦୁର୍ଗା ଚରଣ ପୂର୍ତ୍ତି, ସରୋଜିନୀ ପୁହାଣ, ଗୟାଧର ସେଠୀ, ଦୁଲି ହାଁସଦା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଶିକ୍ଷକ ଲକ୍ଷ୍ମଣ ମାଝୀ  ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ