ବାରପୁଡୁଗିଆ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ନିଯୁକ୍ତ

ବଲାଙ୍ଗିର(ଓ୍ବାଇଏନଏସ): ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ପଂଚାୟତ ର ବାରପୁଡୁଗିଆ ଉନ୍ନିତ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ ଶିକ୍ଷୟତ୍ରୀ ଭାବେ ସବିତା ଏକ୍କା ଯୋଗଦାନ କରିଛନ୍ତି । ଏହି ଉନ୍ନିତ ଉଚ୍ଚ ବିଦ୍ୟାଳୟ ହେବା ଦିନ ଠୁ ଅଭିଭାବକ ଏବଂ ଅଂଚଳବାସୀ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ । ନିକଟ ଖୁଣ୍ଟପାଲି ଉଚ୍ଚ ବିଦ୍ୟାଳୟ ସୁକତେଲ ଜଳ ସେଚନ ଦ୍ୱାରା ବିସ୍ଥାପିତ ହୋଇଥିବା ଯୋଗୁଁ ଏହି ଅଂଚଳରେ ଶିକ୍ଷାର ବହୁତ ବାଧାପ୍ରାପ୍ତ ହୋଇଥିଲା । ବାରପୁଡୁଗିଆ ପ୍ରାଥମିକ ବିଦ୍ୟାଳୟ କୁ ଉନ୍ନିତ ଉଚ୍ଚ ବିଦ୍ୟାଳୟ କରି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଯୋଗଦାନ ସହିତ ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟ ଇତି ମଧ୍ୟରେ ଯୋଗ ଦେଇଛନ୍ତି । ଏ ଅଂଚଳରେ ଅଭିଭାବକଙ୍କ ମନରେ ଆନନ୍ଦର ଲହରି ଖେଳି ଯାଇଛି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । ଗତ କାଲି ସ୍କୁଲ ପରିସରରେ ନୂତନ ଭାବରେ ଯୋଗ ଦେଇଥିବା ପ୍ରଥମ ପ୍ରଧାନ ଶିକ୍ଷୟତ୍ରୀ ସବିତା ଏକ୍କା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ରବି ଚନ୍ଦ୍ର ଧରୁଆ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସହକାରୀ ଶିକ୍ଷକ ଉମେଶ ନାଗ, ସୁମନ୍ତ ନାଗ, ଯତିନ୍ଦ୍ର କୁମାର ସାହୁ ଏବଂ ଏହି ଉଚ୍ଚ ବିଦ୍ୟାଳୟର ଉଦ୍ୟୋକ୍ତା ଜୟକୃଷ୍ଣ ମିଶ୍ର, ସଦାନନ୍ଦ ମହଲା, ପରମେଶ୍ୱର ନାଏକ, ରିଙ୍କୁ ନାଏକ, ସଂଜୟ ନାଏକ, ପ୍ରବୀଣ ବରିହା, ବିକାଶ ନାଏକ, କାଲିଆ ମହଲା, ଧୁବା ମହଲା ତଥା ବହୁ ଅଭିଭାବକମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ