ପାରଳା ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଛୁଟୁଛି ସହାୟତାର ସୁଅ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣରେ ବହୁ ଭକ୍ତ ନିଜ ନିଜକୁ ଭିନ୍ନ ଭିନ୍ନ ଭାବେ ସାମିଲ କରି ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ଏହି ଅବସରରେ ପାରଳାଖେମୁଣ୍ଡି ସହର ଉପକଣ୍ଠର କତଲକଇଠା ଗ୍ରାମର ଶିକ୍ଷକ ବିରଞ୍ଚି ନାରାୟଣ ରଥ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି. ଶ୍ରୀ ରଥ ଏଥି ପୂର୍ବରୁ ପ୍ରଥମେ ଏକ ଲକ୍ଷ, ଦ୍ଵିତୀୟ ଥର ପୁଣି ଏକ ଲକ୍ଷ ଏବଂ ତୃତୀୟ ଥର ପାଞ୍ଚ ଲକ୍ଷ ଟଙ୍କା ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରିଛନ୍ତି. ମୋଟାମୋଟି ଭାବେ ଶ୍ରୀ ରଥ ମୋଟ ନଅ ଲକ୍ଷ ଟଙ୍କା ପ୍ରଦାନ କରି ମନ୍ଦିର ନିର୍ମାଣରେ ସହାଭାଗିତା ହୋଇପାରିଛନ୍ତି. ବର୍ତ୍ତମାନର ଏକ ଲକ୍ଷ ଟଙ୍କା ପ୍ରଦାନ ପରେ ବିରଞ୍ଚି ନାରାୟଣ ରଥ ଘୋଷଣା କରିଛନ୍ତିଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯେତେ ଟଙ୍କା ରହିବ ତାର ଉତ୍ତରାଧିକାରୀ ପ୍ରଭୁ ଶ୍ରୀଜଗନ୍ନାଥ ରହିବେ ଏବଂ ପାରଳା ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ ହେବ. ଶ୍ରୀ ରଥଙ୍କ ପରି ଜଣେ ସଚୋଟ ଶ୍ରୀଜଗନ୍ନାଥଙ୍କ ଭକ୍ତ ନିଜର ସବୁକିଛି ବ୍ୟାଙ୍କ ଜମା ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ସମର୍ପଣ କରିଥିବାରୁ ମନ୍ଦିର ନିର୍ମାଣ କମିଟି ତରଫରୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ ନିର୍ମାଣ କମିଟିର ସମସ୍ତ ସଦସ୍ୟ ଶ୍ରୀ ରଥଙ୍କୁ ଅଭିନନ୍ଦନ ସହ ସାଧୁବାଦ ଜଣାଇଛନ୍ତି. ଠିକ ସେହିପରି ପାରଳାଖେମୁଣ୍ଡି ସୂରିୟା ଜୁଏଲାରୀ ମାଲିକଙ୍କ ମାଆ ପଟୁନୁରୀ କସ୍ତୁରୀ ଆମ୍ମା,ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ 20 ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ