୧୭ ବର୍ଷରୁ କମ୍ ଜାତୀୟସ୍ତରୀୟ କ୍ରିକେଟରେ ସ୍ଥାନ ପାଇଲେ ଗଜପତିରୁ ୪ ଜଣ ଛାତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାରୁ 4 ଜଣ ଛାତ୍ର 17 ବର୍ଷରୁ କମ ଜାତୀୟସ୍ତରୀୟ କ୍ରିକେଟରେ ସ୍ଥାନ ପାଇଥିବା ସୂଚନା ମିଳିଛି. ଏହି 4 ଜଣ ଛାତ୍ର ଏଥି ପୂର୍ବରୁ ୧୭ ବର୍ଷରୁ କମ୍ ଦଳ ରାଜ୍ୟ ବିଦ୍ୟାଳୟସ୍ତରୀୟ କ୍ରିକେଟରେ ଚମ୍ପିୟାନ ହୋଇଥିଲେ।ବର୍ତ୍ତମାନ ଜାତୀୟସ୍ତରରେ ଗଜପତିର ଏହି ୪ ଜଣ ଖେଳାଳୀ ମନୋନୀତ ହୋଇଛନ୍ତି । ସେମାନେ ହେଲେ କୋଟଲା ମାଧବ, ସନ୍ତୋଷ କୁମାର ଲଂକାପାପ୍ଲୁରେଡି କାର୍ତ୍ତିକ ଏବଂ ଇସରାଲା ଭାର୍ଗବ ରାଓ. ସେମାନେ ସମସ୍ତେ ଯାଜପୁର ଠାରେ ଓଡିଶା ଦଳ ସହ କୋଚିଂରେ ୧୯ ତାରିଖରେ ଯୋଗଦାନ କରିବେ। ସେଠାରୁ ସେମାନେ ଓଡିଶା ଦଳସହ ତେଲେଙ୍ଗାନାର ଜାଚେର୍ଲା ଠାରେ ଏପ୍ରିଲ ୨୬ ରୁ ମେ ୧ ପର୍ଯ୍ୟନ୍ତ ଜାତୀୟ ସୁରୀୟ କୋଚିଂରେ ଯୋଗଦେବେ । ସେମାନଙ୍କର ସଫଳତା ପାଇଁ ଜିଲ୍ଲାର ସବୁ ବର୍ଗର ଜନ ସାଧାରଣ ଶୁଭକାମନା କରିଛନ୍ତି.


