ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଏବଂ ବାହାର ରାଜ୍ୟର ଅପରାଧୀ

ହାଟଡିହି  (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲାରେ ରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲ୍ଲା ପୋଲିସ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଜିଲ୍ଲାରେ ଅତିରିକ୍ତ ସତର୍କତା ଓ ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଆଇଆଇସିଙ୍କ ପକ୍ଷରୁ ସମସ୍ତ ଜୁଏଲେରୀ ବ୍ୟବସାୟୀ ଓ ଦୋକାନୀ ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଅପିଲ୍ କରାଯାଇଛି l ସମସ୍ତ ଜୁଏଲେରୀ ଦୋକାନର ସିସିଟିଭି କ୍ୟାମେରା ୨୪ ଘଣ୍ଟା ସଠିକ୍ ଭାବେ କାର୍ଯ୍ୟକ୍ଷମ ରଖିବା, ଦୋକାନର ପ୍ରବେଶ ଓ ପ୍ରସ୍ଥାନ ପଥ ଉପରେ ସବୁବେଳେ ନଜର ରଖିବା,ନଗଦ ଟଙ୍କା ଓ ମୂଲ୍ୟବାନ ସୁନା ଅଳଙ୍କାର ନେବା-ଆଣିବା ବେଳେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି l ଏଥିସହ କୌଣସି ସନ୍ଦେହଜନକ ବ୍ୟକ୍ତି, ବାହାର ରାଜ୍ୟ ନମ୍ବର ଥିବା ଯାନବାହନ କିମ୍ବା ଅସ୍ୱାଭାବିକ ଗତିବିଧି ନଜରକୁ ଆସିଲେ ନିଜେ ମୁହାଁମୁହିଁ ନହୋଇ ତୁରନ୍ତ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି l ଅପର ପକ୍ଷେ ନନ୍ଦିପଦା ଥାନା ଅଞ୍ଚଳ ଜିଲ୍ଲାର ଶେଷ ସୀମା ହୋଇଥିବା ବେଳେ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲା ଏହି ଥାନା ଅଞ୍ଚଳକୁ ସଂଲଗ୍ନ କରୁଛି l ସୀମାନ୍ତ ଅଞ୍ଚଳରେ ନନ୍ଦିପଦା ପୋଲିସ ତରଫରୁ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନ ମାନଙ୍କରେ ପୋଲିସ ଦିନ ଏବଂ ରାତ୍ରୀ କାଳୀନ ଯାଞ୍ଚକୁ କଡାକଡି କରିଛି l ସମସ୍ତଙ୍କ ସହଯୋଗ ଓ ସଚେତନତା ହିଁ ଅପରାଧକୁ ରୋକିପାରିବ ବୋଲି ନନ୍ଦିପଦା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ