ଭଣ୍ଡାରିପୋଖରୀ ନିର୍ବାଚନ ଅନିୟମିତତା ମାମଲା ଖାରଜ କଲେ ହାଇକୋର୍ଟ
କଟକ, (ଓ୍ବାଇଏନଏସ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନୀ ମାମଲାକୁ ଗୁରୁବାର ଖାରଜ କରିଦେଇଛନ୍ତି ହାଇକୋର୍ଟ। ମାମଲା ପରିଚାଳନା ପାଇଁ କୋର୍ଟଙ୍କ ପକ୍ଷରୁ ଗେଜେଟ ନୋଟିଫିକେସନ ଜାରି ହୋଇଥିଲେ। ହେଲେ ଏହି ମାମଲା ଦାୟର କରିଥିବା ଆବେଦନକାରୀଙ୍କ ମୃତ୍ୟୁ ହୋଇସାରିଛି। ତେଣୁ ନିର୍ଦ୍ଧାରିତ ସମୟରେ କୌଣସି ଆବେଦନକାରୀ ପକ୍ଷ ନ ରଖିବାରୁ ସର୍ବୋଚ୍ଚ ନ୍ୟାୟାଳୟ ମାମଲା ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ଭଣ୍ଡାରିପୋଖରୀ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଆବେଦନକାରୀଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା।