ହାଟଡିହିରେ ସର୍ବାଧିକ ବର୍ଷା ରେକର୍ଡ଼:ତେମଳା ସ୍କୁଲରେ ପଶିଲା ପାଣି

ହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ଼ କରାଯାଇଛି । ଆଜି ସକାଳ ୫ଟା ରୁ ସକାଳ ସାଢେ଼ ଆଠଟା ମଧ୍ୟରେ ପ୍ରବଳ ବର୍ଷା ହେବାଦ୍ବାରା ବିଭିନ୍ନ ସ୍ଥାନରେ ଚାଷଜମି ଜଳମଗ୍ନ ହୋଇଯାଇଥିବା ବେଳେ ତେମଳା ସ୍କୁଲରେ  ପାଣି ପଶିବା ଦ୍ଵାରା ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଜି ସକାଳ ସାଢ଼େ ଆଠଟା ସୁଧା ୨୨୫.୦୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏହି ବର୍ଷା ଯୋଗୁଁ ଶାସଙ୍ଗ, ପାଞ୍ଚୁଗୋଛିଆ, ବଂଚୋ, ହାଟଡିହି, ସୁଲଣ, ବଡ ରମ୍ପାସ, ଇଞ୍ଚୋଳ, ପନ୍ଦାଡୋ, ମରେଇଗାଁ ଆଦି ପଞ୍ଚାୟତ ର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଆସନ୍ତା କାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। କିଛି ଚାଷୀ ଏବେ ଧାନ ତଳି ରୋଇ ଥିବାରୁ ସେମାନଙ୍କ କ୍ଷୟକ୍ଷତି ହେବାର ଆଶଙ୍କା ଦେଖା ଦେଇଛି। ସେହିପରି ତେମଳା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଣି ପଶିବାରୁ ଛାତ୍ରଛାତ୍ରୀ ମାନେ ଆଣ୍ଠୁ ଏ ପାଣିରେ ସ୍କୁଲ ଯାଇଥିବା ବେଳେ କିଛି ଛାତ୍ର ଛାତ୍ରୀ ସ୍କୁଲ ନଯାଇ ଫେରିଥିବା ଜଣା ଯାଇଛି। ଏଠାରେ ଯାଇଥିବା ରାସ୍ତା ଟି ଉଚ୍ଚା ହୋଇଯାଇ ଥିବାରୁ ସ୍କୁଲ ପରିସରରୁ ବର୍ଷା ଜଳ ନିସ୍କାସନ ହୋଇ ପାରୁନି ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ