ମଧୁବୈଶ୍ୟ ସମାଜ ତରଫରୁ ପବିତ୍ର ରଜ ମହୋତ୍ସବ

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ାର ବିଭିନ୍ନ ସାହି ମାନଙ୍କରେ ଶିଶୁ, ଯୁବତୀ ଓ ମହିଳା ମାନଙ୍କ ଦ୍ୱାରା ପବିତ୍ର ରଜ ମହୋତ୍ସବ ପର୍ବ ମହା ଆଡମ୍ବରର ସହ ପାଳିତ ହୋଇଯାଇଛି l ଏହି ଅବସରରେ ମୁନିଗୁଡାର ମଧୁବୈଶ୍ୟ ଗୁଡ଼ିଆ ସମାଜ ତରଫରୁ ସମାଜର ସଭାନେତ୍ରୀ ମିତା ସାହୁ, ସମ୍ପାଦିକା କବିତା ସାହୁ ଓ କୋଷାଧକ୍ଷ ସନ୍ତୋଷୀ ସାହୁଙ୍କ ସମେତ ଝିଅ ଓ ବୋହୁ ଓ ଯୁବକ ସଙ୍ଘର ମିଳିତରେ ସ୍ଥାନୀୟ ଗଣେଶ ମନ୍ଦିର ପରିସରରେ ଏହି ପର୍ବକୁ ମହାଡ଼ମ୍ବରର ସହକାରେ ଦୋଳି ବାନ୍ଧି ସମାଜର ଶିଶୁ,ଯୁବତୀ,ମହିଳା ମାନେ ଦୋଳି ଝୁଲୁବା ସହ ରଜ ପାନ,ପିଠାପଣା ଓ ମିଷ୍ଠାନ ସହ ବିଭିନ୍ନ ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ। ଉକ୍ତ ରଜ ଉତ୍ସବ କାର୍ଯ୍ୟକ୍ରମରେ ମହିଳା ସମାଜର ଅରୁନ୍ଦତି ସାହୁ, ରୀତା ସାହୁ, ରଞ୍ଜିତା ସାହୁ,ମଧୁବୈଶ୍ୟ ସମାଜର ସଭାପତି ତ୍ରିନାଥ ସାହୁ,ସାହ ସମ୍ପାଦକ ରବିନ୍ଦ୍ର ସାହୁ, ପୂର୍ବତନ ସଭାପତି ବାଲରାଜୁ ସାହୁ,ଯୁବକ ସମାଜର ମନୋଜ ସାହୁ, ଭଗବାନ ସାହୁ,ପୂର୍ଣ୍ଣ ସାହୁ,ଶ୍ରୀକାନ୍ତ କାଳିଆ ସାହୁ,କାହ୍ନା ସାହୁ,ଦୁର୍ଗା ସାହୁ, ରାଜ ସାହୁ, ସୁରଜ ସାହୁ, ସୁମିତ ସାହୁ, ଅଜିତ ସାହୁ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ। ସେହିପରି ମୁନିଗୁଡାର ପାଇକସାହି,ଖମଣ ସାହି,ଗୌଡ଼ ସାହି, ଗଣେଶ ନଗର,ଟିକରପଡା, ମୁନିଖୋଲ,ଆଗୁଳ, କୁମୁଡ଼ାବାଲି,ଅମ୍ବାଦଳା, ଶରଧାପୁର,ଜଗଦଲପୁର ଅଞ୍ଚଳରେ ରଜ ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥିଲା। ଝିଅ ମାନେ ନୂଆ ପୋଷାକ, ମହିଳା ମାନେ ଶାଢ଼ୀ ପିନ୍ଧି ପାଦରେ ଅଳତା, ମଥାରେ ଚନ୍ଦନ,କୁଙ୍କମରେ ସୁସଜିତ ହୋଇ ଦୋଳିକୁ ସୁନ୍ଦର ଭାବେ ସଜେଇ ଦୋଳି ବାନ୍ଧି ଝୁଲି ଥିଲେ। ଏହି ପବିତ୍ର ରଜ ପର୍ବ ଓଡ଼ିଶାର କେଉଁ ଆବାହାନ କାଳରୁ ପୁରପଲ୍ଲୀରେ ପାଳନ ହୋଇ ଆସୁଛି ଏହି ରଜପର୍ବ ଆମର ଶାସ୍ତ୍ର ଅନୁସାରେ ବର୍ଷାର ଆଗମନରେ ପୃଥିବୀ ମାତା ରଜସ୍ୱଳା ହେବା ଓ ନୂଆ ଶଶ୍ୟ ଉତ୍ପାଦନ ହେବାର ସାଙ୍କେତିକ ଭାବ ଏହି ସମୟ ବହନ କରିଥାଏ। ମାଆଟି ଯେପରି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ,ସେହିପରି ପ୍ରଜଜନକ୍ଷମ ହେବାକୁ ଯାଉଥିବା ମାଟି ମାଆକୁ ରଜ ତିନିଦିନ ସମ୍ପୂର୍ଣ୍ଣ ବିଶ୍ରାମ ଦିଆ ଯାଇଥାଏ। ଏହିଦିନ କୃଷକ ମାଟିମା ହଳ ଲଙ୍ଗଳକୁ ପୂଜା କରିବା ସହିତ ତିନିଦିନ ଚାଷ କାର୍ଯ୍ୟରୁ ବିରତ ରହିଥାଏ। ରବିବାର ପହିଲି ରଜଥିଲା ପରେ ରଜ ସଂକ୍ରାନ୍ତି, ଭୂମିଦାହ ବା ଭୂମି ଦହନ,ଆଉ ଶେଷ ଦିନ ହେଉଛି ବସୁମତୀ ସ୍ନାନ। ଏଇଭଳି ତିନିଦିନ ପର୍ବ ଓ ଚତୁର୍ଥ ଦିନ ବସୁମାତା ସ୍ନାନରେ ସମାପ୍ତ ହୋଇଥାଏ। ମହିଳା, ଶିଶୁ ଓ ଯୁବତୀ ମନେ ଦୋଳି ଖେଳରେ ମୌଜ କରିବା ବେଳେ ପୁରୁଷ ମାନେ ମଧ୍ୟ ଲୁଡୁ, କ୍ୟାରେମ ସହ ବିଭିନ୍ନ ଖେଳ ଖେଳୁଥିବା ଦେଖିବାକୁ ମିଳୁଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ