ଆଇଆଇସି ବ୍ୟୁଟି ମହାନ୍ତି ମୃତ୍ୟୁ ମାମଲା, ବିଧିବଦ୍ଧ ତଦନ୍ତ ଦାବି କଲେ ସାଂସଦ ଭର୍ତ୍ତୃହରି ମହତାବ

କଟକ (ଓ୍ବାଇଏନଏସ): କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବ୍ୟୁଟି ମହାନ୍ତି ମୃତ୍ୟୁ ମାମଲାର ତଦନ୍ତ ଦାବି କଲେ ସାଂସଦ ଭର୍ତ୍ତୃହରି ମହତାବ । ଏଭଳି ସମ୍ବେଦନଶୀଳ ଘଟଣାର ବିଦ୍ଧିବଦ୍ଧ ଓ ସବିଶେଷ ତଦନ୍ତ ଦାବି କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଭର୍ତ୍ତୃହରି କହିଛନ୍ତି, ଯେଉଁଭଳି ପରିସ୍ଥିତିରେ ବ୍ୟୁଟି ମହାନ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି, ତାହା ଅତ୍ୟନ୍ତ ଚିନ୍ତାର ବିଷୟ। ତାଙ୍କ ଭାଇ କହିଛନ୍ତି ଏହା ଆତ୍ମହତ୍ୟା ନୁହେଁ। ପୋଲିସ ଚାକିରିରେ ଚାପର ଶିକାର ହେବା ସ୍ୱାଭାବିକ। ସେ ବିଭିନ୍ନ ଜିଲ୍ଲାରେ କାମ କରିବା ଭିତରେ ଅନେକ ଚାପକୁ ପ୍ରତିହତ କରିଛନ୍ତି। ତେଣୁ କେଉଁ ପରିସ୍ଥିତିର ସମ୍ମୁଖୀନ ହୋଇ ସେ ଏଭଳି ପଦକ୍ଷେପ ନେଲେ ତାହାର ସବିଶେଷ ତଦନ୍ତ ନିହାତି ଆବଶ୍ୟକ ବୋଲି କହିଛନ୍ତି ଭର୍ତ୍ତୃହରି। ସେପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, କଣ ପାଇଁ ଏ ଘଟଣା ଘଟିଲା ତାହା ତଦନ୍ତ ସାପେକ୍ଷ। ଗତ ଦୁଇ ବର୍ଷରେ ପୋଲିସ ଉପରେ କୌଣସି ପ୍ରକାର ରାଜନୈତିକ ଚାପ ସୃଷ୍ଟି କରାଯାଇନାହିଁ। ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପ୍ରସଙ୍ଗରେ ମନମୋହନ କହିଛନ୍ତି, ସବୁ ସମୟରେ କିଛି ଅଫିସର ରିଜାଇନ କରନ୍ତି, କଣ ବ୍ୟକ୍ତିଗତ କାରଣ ଥାଇପାରେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ