ବାତ୍ୟା “ଅର୍ଣ୍ଣବ” ପ୍ରଭାବ : କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା

ଆସିକା  (ୱାଇଏନ୍‍ଏସ୍‍):  ବାତ୍ୟା ଅର୍ଣ୍ଣବର ପ୍ରଭାବରେ ବୁଧବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପାଗ କୋହଲା ରହିବା ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗିରହିଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବାତ୍ୟା ସ୍ଥଳଭାବ ଛୁଇଁ ସାରିଥିଲା ବେଳେ ପ୍ରବଳ ବର୍ଷା ଲାଗି ରହିଥିବା ଜଣାପଡିଛି । ବାତ୍ୟା ଅର୍ଣ୍ଣବକୁ ନେଇ ଆସିକା ଅଞ୍ଚଳବାସୀ ଆତଙ୍କିତ ହୋଇପଡିଥିଲେ । ବାତ୍ୟା ଅର୍ଣ୍ଣବର ମୁକାବିଲା କରିବା ସହ ଲୋକଙ୍କ ଧନଜୀବନର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଓ ଜିରୋ କାଜୁଆଲ୍‍ଟିକୁ ପ୍ରାଥମିକତା ଦେବା ପାଇଁ ଆସିକାରେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ବାତ୍ୟା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଛି । ଯାହାରି ପ୍ରଭାବରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନ ଅବିଶ୍ରାନ୍ତ ବର୍ଷା ଯୋଗୁଁ ବନ୍ଦ ରହିଥିଲା ବେଳେ ରାସ୍ତାଘାଟ ଗୁଡିକ ଶୁନ୍‍ଶାନ୍‍ ହୋଇପଡିଛି । ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଅର୍ଥାତ୍‍ ଆସୁଛି ବର୍ଷା ଓ କିଛି ସମୟ ଅଜାଡି ଦେଇ ଚାଲିଯାଉଛି । କିଛି ସମୟ ଆକାଶ ମେଘମୁକ୍ତ ହୋଇଯାଉଛି ଏବଂ ରାସ୍ତାଘାଟ ଶୁଖିଯାଉଥିଲା ବେଳେ ପୁଣି କିଛି ମିନଟ୍‍ ବ୍ୟବଧାନରେ ବର୍ଷା ଛେଚୁଥିବା ଦେଖିବାକୁ ମିଳୁଛି । ବର୍ଷାର ଏହି ଲୁଚକାଳି ଖେଳ ଯୋଗୁଁ ଜନଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛି । ବାତ୍ୟା ଅର୍ଣ୍ଣବର ପ୍ରଭାବରେ ହେଉଥିବା ଅବିଶ୍ରାନ୍ତ ବର୍ଷାରେ କେତେକ ଅଞ୍ଚଳରେ ଧାନଫସଲ ପାଣିରେ ବୁଡିରହିଥିବା ଯୋଗୁଁ ଅଧିକାଂଶ ଚାଷୀଙ୍କର ବର୍ଷକର ଆହାର ଛଡାଇ ନେବକି ବୋଲି ଚର୍ଚ୍ଚା ବି ଲାଗିରହିଥିବା ଦେଖିବାକୁ ମିଳୁଛି । ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ହାଡଭଙ୍ଗା ପରିଶ୍ରମ କରି ଚାଷୀ ଚାଷକାର୍ଯ୍ୟକୁ ଚଳିତବର୍ଷ ତ୍ୱରାନ୍ୱିତ କରିଥିଲା । ଧାନଅମଳକୁ ଆଉ କିଛି ଦିନ ବାକି ରହିଥିଲା ବେଳେ ଏହା ପୂର୍ବରୁ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ଅବିଶ୍ରାନ୍ତ ବର୍ଷା ଚାଷୀକୁ ଚିନ୍ତାରେ ପକାଇ ଦେଇଛି । ବାତ୍ୟା ଅର୍ଣ୍ଣବର ପ୍ରଭାବରେ ବୁଧବାର ପୂର୍ବାହ୍ନ ସୁଦ୍ଧା ଆସିକା ଅଞ୍ଚଳରେ ୬୬.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ବୁଧବାର ଦିନତମାମ ତୁହାକୁ ତୁହା ଅବିଶ୍ରାନ୍ତ ବର୍ଷା ଲାଗିରହିଥିବା ଯୋଗୁଁ ଜନଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ