ଓଡିଶା ଗ୍ରାମୀଣ ବ୍ୟାଙ୍କ ଶାଖାର ନୂତନ ଏଟିଏମ ଉଦଘାଟନ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ଓଡିଶା ଗ୍ରାମୀଣ ବ୍ୟାଙ୍କ ଶାଖାର ନୂତନ ଏଟିଏମ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ନିକଟରେ ଉଦଘାଟନ ହୋଇଯାଇଛି। ଓଡିଶ ଗ୍ରାମୀଣ ବ୍ୟାଙ୍କ ମୁନିଗୁଡା ଶାଖା ପରିଚାଲକ ଦୀପକ କୁମାର ଲେଙ୍କାଙ୍କ ତତ୍ୱାବଧାନରେ ପ୍ରଥମେ ପୂରହିତ ନିକୁଞ୍ଜ ଶତପଥିଙ୍କ ପୌରହିତରେ ବୈଦିକ ରୀତିନୀତି ଅନୁଯାଇ ବିଭିନ୍ନ ପୂଜାର୍ଚନା କରାଯାଇଥିଲା। ପରେ ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ମୁନିଗୁଡା ବିଡ଼ିଓ କୃଷ୍ଠ ଚନ୍ଦ୍ର ଦଳପତି ଯୋଗଦେଇ ରିବନ କାଟି ଏଟିଏମ ଟିକୁ ଉଦଘାଟନ କରଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଓଡିଶା ଗ୍ରାମୀଣ ବେଙ୍କ ରାୟଗଡା ରିଜନର ମେନେଜର ଆପରେସନ ପ୍ରତୁଲା କୁମାର ଅଗସ୍ତି, ଆରଵିଆଇ ଏଲଡ଼ିଓ ସ୍ନାତକ ରଞ୍ଜନ ମିଶ୍ର, ଏଲଡ଼ିଏମ ଦେବେନ୍ଦ୍ର କୁମାର ବାଉରୀ, ଆଇନଜୀବୀ ପ୍ରଦୀପ କୁମାର ପାଢ଼ୀ,ରମେଶ ଚନ୍ଦ୍ର ମିଶ୍ର, ପ୍ରେସ କ୍ଳବ ସଭାପତି ରାଜୀବ ଲୋଚନ ଦାସ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହିଥିଲେ। ସୂଚନା ଯେ ଏହି ଏଟିଏମ ରାୟଗଡା ଓ ଗଜପତି ଜିଲ୍ଲାରେ ପ୍ରଥମ ଥର ମୁନିଗୁଡା ଶାଖାରେ ସ୍ଥାପନ କରାଯାଇ ଉଦଘାଟନ କରାଯାଇଛି। ଦୀର୍ଘ ଦିନରୁ ଏଟିଏମ ପାଇଁ ଗ୍ରାହକ ମାନଙ୍କ ସମେତ ଜନ ସାଧାରଣ ଓ ଅଞ୍ଚଳବାସୀଙ୍କ ତରଫରୁ ଦାବି ହୋଇ ଆସୁଥିଲା। ଏହି ଏଟିଏମ ଉଦଘାଟନ ହେବାଦ୍ବାରା ଗ୍ରାହକ ମାନେ ଅତି ସହଜରେ ଟଙ୍କା ଉଠାଣ କରିବା ସହ ବ୍ୟବସାୟ ଓ ଅନ୍ୟାନ୍ୟ କାର୍ଯ୍ୟରେ ଏହାର ଫାଇଦା ଉଠାଇ ପାରିବେ। ଏଥିସହ ଏହି ଏଟିଏମ ଉଦଘାଟନ ହେବା ପରେ ଗ୍ରାହକ ଓ ଜନସାଧାରଣଙ୍କ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ବୋଲି ମୁନିଗୁଡା ଶାଖା ପରିଚାଲକ ଦୀପକ କୁମାର ଲେଙ୍କା ପ୍ରକାଶ କରିଛନ୍ତି।


