ଅବକାରୀ ବିଭାଗର ଚଢ଼ାଉ, ବିପୁଳ ମଦ ଜବଦ, ଜଣେ ଗିରଫ

ହାଟଡିହି(ଓ୍ବାଇଏନଏସ):  ଗତ ବୁଧବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଏବଂ ହାଟଡିହି ଅବକାରୀ ବିଭାଗ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ଓ ଦେଶୀ ମଦ ଜବଦ କରିବା ସହିତ ଜଣକୁ ଗିରଫ କରିଛି। ଚଢ଼ାଉରେ ଆନନ୍ଦପୁର ଅବକାରୀ ଇନସ୍ପେକ୍ଟର ବ୍ରଜ ମୋହନ ମଲ୍ଲିକ, ହାଟଡିହି ଅବକାରୀ ଥାନାଧିକାରୀ ରାକେଶ ଖୁଣ୍ଟିଆ ଏବଂ ଆନନ୍ଦପୁର ଅବକାରୀ ଥାନାଧିକାରୀ ଅଭିଳାଷ ପାଲ ସାମିଲ ଥିଲେ ଲ ପ୍ରଥମେ ଛେନାପଦି ଛକରେ ଚଢ଼ାଉ କରି ଜଣେ ବ୍ୟବସାୟୀଙ୍କ ଘରୁ ୩୩୬ ବୋତଲ (୬୦ ଲିଟର) ବିଦେଶୀ ମଦ ଜବତ କରିଥିଲେ l କିନ୍ତୁ ଘରେ କେହି ନଥିବାରୁ କାହାକୁ ଗିରଫ କରିପାରି ନଥିଲେ।  ସେହିପରି ଗେଡ଼ମା ଗ୍ରାମରେ ଚଢ଼ାଉ କରି ଗ୍ରାମର ଧୋନି କାଣ୍ଡିଙ୍କ ଦୋକାନରୁ ୨୫ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ଧୋନିକୁ ଗିରଫ କରିଥିଲେ l  ଉକ୍ତ ଦୁଇ ଘଟଣାରେ ଦୁଇଟି ମାମଲା ନଂ ୧୩୦ ଏବଂ ୧୩୧/୨୦୨୬ ପଞ୍ଜିକରଣ ହୋଇଛି ବୋଲି ଇନସ୍ପେକ୍ଟର ବ୍ରଜ ମୋହନ ମଲ୍ଲିକ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ