ନିଆଁ ଲଗାଇବା ସହ ବହୁ କମ୍ପ୍ୟୁଟର ଓ ଏସି ପୋଡି ନଷ୍ଟ ଘଟଣା: ଆସୋସିଏସନ୍ ପକ୍ଷରୁ ଏକ ପ୍ରତିନିଧି ଦଳ ଛତ୍ରପୁର ଥାନାର ଦ୍ୱାରସ୍ତ
ଅଲ୍ ଓଡିଶା କମ୍ପୁଟର ଟ୍ରେନିଂ ସେଂଟର । ଫୋଟ
ଛତ୍ରପୁର,୨୨/୯ : ଛତ୍ରପୁର ଥାନା ଅଧିନ ପୁରୁଣା ପୋଷ୍ଟ ଅଫିସ ସାହିରେ ଥିବା ଏଜୁ କେର କମ୍ପୁଟର ଶିକ୍ଷାନୁ ।ନରେ ଦୃବର୍ତ ପଶି ନିଆଁ ଲଗାଇ ଦେବା ସହ କିଛି ସମାଗ୍ରୀ ଚୋରି କରିନେଇଯାଇଥିଲେ । ଏହି ଘଟଣାରେ ଛତ୍ରପୁର ପୁଲିସ କାହାକୁ ଧରିବାରେ ସଫଳ ହୋଇପାରିନାହିଁ । ଏନେଇ ଅଲ୍ ଓଡିଶା କମ୍ପୁଟର ଟ୍ରେନିଂ ସେଂଟର ଆସୋସିଏସନ୍ ପକ୍ଷରୁ ଏକ ପ୍ରତିନିଧି ଦଳ ଛତ୍ରପୁର ଥାନା ଅଧିକାରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୂଚନା ଥାଉକି ଚଳିତ ମାସ ୧୬ ତାରିଖରେ ପୁରୁଣା ପୋଷ୍ଟ ଅଫିସ ସାହିରେ ଥିବା ଏଜୁ କେର କମ୍ପୁଟର ଶିକ୍ଷାନୁ ।ନରେ ଦୃବର୍ତମାନେ ପଶି ବହୁତ କମ୍ପୁଟର ସାମଗ୍ରୀ ଓ ଏସି କୁ ପେଟ୍ରୋଲ ଲଗାଇ ପୋଡି ନଷ୍ଟ କରିଦେବା ସହ ଅନ୍ୟ କିଛି ସାମଗ୍ରୀ ନେଇଯାଇଥିଲେ ଏପରିକି ସେଠାରେ ଲାଗିଥିବା ଏକ କାଚ କବାଡରେ ଦୃବର୍ତ ଜଣକ ଲେଖିଥିଲା ହତ୍ୟା ଧମକ । ନିଜକୁ ଭୁତ ଭାବେ ପରିଚୟ ଦେଇ ଏହିପରି ଇଂରେଜି ଭାଷାରେ ଲେଖିଥିବା ସମସ୍ତ ଆଶ୍ଚର୍ଯ୍ୟ କରିଦେଇଛି । ଏନେଇ ମାଲିକ ନରହରି ନାୟକ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ୬୨୯/୨୫ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଘଟଣାକୁ ଏକ ସପ୍ତାହ ହୋଇ ଯାଇଥିଲେ ବି ଏଯାବତ ପୁଲିସ କାହାରିକୁ ଧରିବାରେ ବିଫଳ ହେବାରୁ ଅଲ୍ ଓଡିଶା କମ୍ପୁଟର ଟ୍ରେନିଂ ସେଂଟର ଆସୋସିଏସନ୍ର ଏକ ପ୍ରତିନିଧି ଦଳ ଥାନା ଅଧିକାରୀ ସବ୍ୟସାଚ୍ଚି ମଲ୍ଲଙ୍କୁ ଭେଟି ଘଟଣାର ତଦନ୍ତ ସଂପର୍କରେ ପଚାରି ବୁଝିଥିଲେ । ଅତିଶ୍ରୀଘ ଦୃବର୍ତକୁ ଧରାଯିବ ବୋଲି ଆସୋସିଏସନ୍କୁ ପୁଲିସ ପକ୍ଷରୁ କୁହାଯାଇଛି । ଏହି ପ୍ରତିନିଧି ଦଳରେ ଆସୋସିଏସନ୍ର ରାଜ୍ୟ ସଭାପତି ସୟଦ ସଫିର ଅଲ୍ଲି,ରାଜ୍ୟ ସଂଯୋଜକ ଅବିନାଶ ଦାସ, ଉପସଭାପତି ଦିପ୍ତିକାନ୍ତ ମହାଙ୍କୁଡ,ଏସ୍.ଭାସ୍କର, ପ୍ରଭାତ ଦେହୁରି, ମନୋରଞ୍ଜନ କର, ସୁକାନ୍ତ କୁମାର ମହାରଣା,ଏନ୍.ଭରତ ପ୍ରମୁଖ ଉପସ୍ଥିତ ଥିଲେ ।