ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରକ୍ତଦାନ ଶିବିର

ଛତ୍ରପୁର,(ଓ୍ବାଇଏନଏସ):  ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ସୋମବାର ନୋଳିଆନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଯାଇଛି । ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଗୋଟିଏ ଗୋଟିଏ ଜୀବନ ବଂଚାଇବା ଏବଂ ବିଶେଷ କରି ରକ୍ତହୀନତାରେ ପିଡିତ ମହିଳାମାନଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟକୁ ଆୟୋଜିତ କରାଯାଇଥିବା ନେଇ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ସ୍ୱାଧୀନ ରଥ କହିଛନ୍ତି । ନୋଳିଆନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସନ୍ଦୀପ ଗୌଡ ଓ ଡାକ୍ତର ତପସ୍ପିନୀ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଶିବିରରେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଅଗସ୍ତିନୂଆଗାଁ ପଂଚାୟତର ପୂର୍ବତନ ସରପଂଚ ଏ.କାଲେୟା , ନୋଳିଆନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଏଲ.ଟି. ସମରେନ୍ଦ୍ର ବେହେରା, ସୁପରଭାଇଜର ସଞ୍ଜୟ କୁମାର ସ୍ୱାଇଁ, ଆକାଉଟାଂଟ ରଞ୍ଜନ ନାହାକ, ପୋଡାପଦରର ସ୍ୱାସ୍ଥ୍ୟ କର୍ମୀ ଜ୍ୟୋସ୍ନାରାଣୀ ବେହେରା, ଆଶାକର୍ମୀ ଏନ୍‌.ନିଲିମା, ଏ.ଏରେମ୍ମା ଓ ଏ.ଯୋଶଦା, ସୁରକ୍ଷାକର୍ମୀ ଏ.ବାଲମେୟା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ ।  ସ୍ୱେଚ୍ଛାକୃତ ଭାବେ ଡାକ୍ତର ସନ୍ଦୀପ ଗୌଡ, ପୂର୍ବତନ ସରପଂଚ ଏ.କାଲେୟା, ଏ.ସିମାଦ୍ରୀ, କେ.ଆପେୟା, ରଞ୍ଜନ ନାହାକ, ପି.ଜଗନ୍ନାଥ, ଏ.ତାମେୟା, ଏସ୍‌.ବୈରାଗୀ, ଏ.ସିମାଲି, ଡି.ଦେବରାଜ, ପି.ନାରାୟଣ, ଏସ୍‌.କାଶୀ, ଏ.ଗୋପାଲ କ୍ରିଷ୍ଣା, ଏମ୍‌.ନାରାୟଣ, ଏ.ବାଲମେୟା, ପି.ଗୁରେୟା, ସମରେନ୍ଦ୍ର ବେହେରା, ଏ.ସିମାଚଂଳ, ଜି.ସାତେୟା, ପି.ରାଜୁ ପ୍ରମୁଖ ରକ୍ତଦାନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ