ରମ୍ପାସ ଅଞ୍ଚଳରେ ବୃଦ୍ଧି ଚୋରା ମାଦକ ଦ୍ରବ୍ୟ: ବିପଥଗାମୀ ହେଉଛନ୍ତି ଯୁବପିଢ଼ି
ହାଟଡିହି (ଓ୍ବାଇଏନଏସ): ନନ୍ଦିପଦା ଥାନା ଅଧୀନସ୍ଥ ରମ୍ପାସ ପଞ୍ଚାୟତରେ ଚୋରା ମାଦକ ଦ୍ରବ୍ୟର ପ୍ରସାର ବୃଦ୍ଧି ପାଇଛି । ଚୋରାରେ ବ୍ୟାପକ ଗଞ୍ଜେଇ କାରବାର ହେଉଥିବା ବେଳେ ଦେଶୀ ବିଦେଶୀ ମଦ ର ପସରା ମେଲିଛି। ସେହିପରି ଏହି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏବେ ବ୍ରାଉନ ସୁଗାର କାରବାର ଜୋରଦାର ହେଉଥିବାରୁ ଏ ଅଞ୍ଚଳର ଯୁବ ପିଢ଼ି ବିପଥଗାମୀ ହେଉଛନ୍ତି । ସୂଚନାରୁ ଜଣାଯାଇଛି ଯେ ଏହି ପଞ୍ଚାୟତର ଇସଳା, ଟୁକୁଣା, ରମ୍ପାସ ଵଜାରରେ ପୂର୍ବରୁ କିଏ କେଉଁଠି ଲୁଚା ଛପାରେ ଦେଶୀ ମଦ ବେପାର କରୁଥିଲେ। କିନ୍ତୁ ଏବେ ଏହି ବଜାର ମାନଙ୍କରେ ଖୁଲାମ ଖୁଲା ମାଦକ ଦ୍ରବ୍ୟର ବେପାର ଚାଲିଛି। ଏ ଅଞ୍ଚଳର ଜନୈକ ଯୁବକ ଦିନକୁ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଆଣି ବିଭିନ୍ନ ସ୍ଥାନକୁ ସପ୍ଲାଏ କରୁଛନ୍ତି। ଗାଁ ଗାଁ ରେ ଛୋଟ ଛୋଟ କାଉଣ୍ଟର ମାନ ଖୋଲି ବେକାର ଯୁବକ ମାନଙ୍କ ଦ୍ୱାରା ବେପାର ଚଳାଇଛନ୍ତି। ପୋଲିସ ଓ ଅବକାରୀ ବିଭାଗର ଜାଣତରେ ଏହି ବ୍ୟବସାୟ ଚାଲିଥିବା ବେଳେ ଅନେକ ଥର ଆଖି ଦୂର୍ଶିୟା ଚଢ଼ାଉ କରୁଥିଲେ ବି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଉନି। ସେହିପରି ସେଠାରେ ଜଣେ ବ୍ୟକ୍ତି ଚୋରା ବିଦେଶୀ ମଦ ଦୋକାନ ଖୋଲି ଖୁଲାମ ଖୋଲା ବିକ୍ରୀ କରୁଛନ୍ତି। ଏତେ ପରିମାଣର ବିକ୍ରୀ ହେଉଛି ଯେ କୌଣସି ସ୍ବୀକୃତି ପ୍ରାପ୍ତ ମଦଦୋକାନ ଠାରୁ ବି କମ୍ ନୁହଁ। ଅପରାହ୍ନ ଚାରିଟା ପରେ ଶହ ଶହ ଲୋକଙ୍କ ଭିଡ଼ ଜମୁଛି। ସେହିପରି କୋଡ଼ିଏ ରୁ ଉର୍ଦ୍ଧ୍ବ ସ୍ଥାନରେ ଦେଶୀ ମଦ ଦୋକାନ ଖୋଲିଛି। ଯାହାଦ୍ବାରା ଏ ଅଞ୍ଚଳର ଯୁବକ ମାନେ ନିଶା ସେବନରେ ଲିପ୍ତ ରହି ଅନେକ ଅସାମାଜିକ କାର୍ଯ୍ଯ କଳାପ ରେ ସାମିଲ୍ ହେଉଛନ୍ତି। ପୋଲିସ ଅନେକ ସମୟରେ ଧରପଗଡ କରୁଥିଲେ ବି ମୋଟା ଅଙ୍କର ବଟି ନେଇ ଛାଡି ଦେଉ ଥିବାରୁ ପୋଲିସ ଉପରୁ ଲୋକେ ଆସ୍ଥା ହରାଇଲେଣି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।