ଆଜି ଇଣ୍ଡିଆମେଣ୍ଟର କେନ୍ଦ୍ରାପଡ଼ା ବନ୍ଦ ଡାକରା

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଇଣ୍ଡିଆ ବ୍ଲକର ଆହ୍ୱାନ କ୍ରମେ ଆସନ୍ତା ୮ ତାରିଖରେ କେନ୍ଦ୍ରାପଡ଼ାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ମିଳିତ ରାଜନୈତିକ ଦଳ ପକ୍ଷରୁ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ସନ୍ଧ୍ୟାରେ ନଗର କଂଗ୍ରେସ ସଭାପତି ଦିଲ୍ଲିପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଦୁହୁରିଆ ଠାରୁ ଇଛାପୁର ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ପିସିସି ସାଧାରଣ ସମ୍ପାଦକ ହଳଧର ସେଠୀ, ପ୍ରଫୁଲ୍ଲ ଦାସ, ମହମ୍ମଦ ଆକବର ଅଲ୍ଲୀ, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଭାଗିରଥି ଜେନା, ବେଣୁଧର ସାହୁ, ହରିଶ ପଟ୍ଟନାୟକ,ବିଭ୍ରାଂଶୁ ଲେଙ୍କା, ଅଶ୍ୱନୀ ପାତ୍ର, ସେକ ସାଗିର, ସିପିଆଇ(ଏମ) ସାଧାରଣ ସମ୍ପାଦକ ଗୟାଧର ଧଳଙ୍କ ସମେତ ଶତାଧିକ କଂଗ୍ରେସ ଏବଂ ଅନ୍ୟଦଳର ନେତା ଓ କର୍ମୀମାନେ ଯୋଗଦେଇ ଦୁହୁରିଆ ଠାରୁ ବାହାରି ତିନିମୁହାଣି ଛକ, ନୂଆବସଷ୍ଟାଣ୍ଡ, କାକଟ, ବଡହାଟ, ପୁରୁଣା ବସଷ୍ଟାଣ୍ଡ, କେଶପୁର ବଜାର ଦେଇ ଇଛାପୁର ରଥଦାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ଏହି ପରିପ୍ରେକ୍ଷିତରେ ଆସନ୍ତା ଓଡ଼ିଶା ବନ୍ଦକୁ ସଫଳ କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ନଗର କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି। ଏହି ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ସଫଳ କରିବା ପାଇଁ ଛାତ୍ର, ଯୁବ, ମହିଳା, କୃଷକ, ଶ୍ରମିକ, ବ୍ୟବସାୟୀ, ପରିବହନ ଶିଳ୍ପ ସହ ଆଇନଜୀବୀ, ବୁଦ୍ଧିଜୀବୀ ଏବଂ ସମସ୍ତ ଗଣତନ୍ତ୍ରପ୍ରେମୀ ଜନସାଧାରଣଙ୍କୁ ଇଣ୍ଡିଆ ବ୍ଲକ ପକ୍ଷରୁ ଆହ୍ୱାନ କରାଯାଇଛି। ଜିଲାର ଅଧିକାର ଏବଂ ଜନସ୍ୱାର୍ଥର ସୁରକ୍ଷା ପାଇଁ ଏହି ବନ୍ଦକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଆହ୍ୱାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ