ଗଣେଶ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡାର ପାଇକସାହିସ୍ଥିତ ମହାଲକ୍ଷ୍ମୀ ପୂଜା ପଡିଆର ଠାରେ ବିଜୁ ପଟ୍ଟନାୟକ ୟୁଥ କ୍ଳବ ଆନୁକୂଲ୍ୟରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୨୧ତମ ଗଣେଶ ପୂଜା ନିମନ୍ତେ ପୂଜା ମଣ୍ଡପ ନିକଟରେ ଶୁଭଖୁଣ୍ଟି ସ୍ଥାପନ ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ପୁରୋହିତ ଜଗବନ୍ଧୁ ପଣ୍ଡାଙ୍କ ପୌରାହିତ୍ୟରେ ଏବଂ ସଦାନନ୍ଦ ମହାପାତ୍ରଙ୍କ ସହଯୋଗରେ ପ୍ରଥମେ କଳସ ସ୍ଥାପନ କରି ବିଭିନ୍ନ ପୂଜାର୍ଚ୍ଚନା ପରେ ଖୁଣ୍ଟିକୁ ହଳଦୀ,ସିନ୍ଦୁର ଲେପନ ପରେ ଲାଲ ଓ ହଳଦିଆ କପଡା ଲଗାଇବା ସହ ପୂଜା କରାଯାଇଥିବା କଳସକୁ ସେଥିରେ ବାନ୍ଧି ପୂଜା ମଣ୍ଡପ ନିକଟରେ ସ୍ଥାପନ କରିଥିଲେ l ପରେ ଆଳତି ଓ ପୁଷ୍ପାଞ୍ଜଳି କରାଯାଇଥିଲା l କର୍ତା ଭାବେ କମିଟିର ସଦସ୍ୟ ରମାକାନ୍ତ ମାର୍ଥା କାର୍ଯ୍ୟ ତୁଲାଇ ଥୁଲେ l ପୂର୍ବ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ୍ୟ ପୂଜା ଧୂମଧାମରେ ପାଳନ କରାଯିବ ବୋଲି କମିଟିର ଅଜିତ ନାୟକ, ମୁକେଶ ମହାରଣା,ଅମିତ ବାବୁ ପଟ୍ଟନାୟକ,ଚନ୍ଦନ ଦାସ,ରାଜାରାମ ଗୋପାଲ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପ୍ରକାଶ କରିଥିଲେ l ଉକ୍ତ ପୂଜାକୁ କମିଟିର ରାକେଶ ଆନା ମହାରଣା,ମୋହିତ କୁମାର,ପୂର୍ଣ୍ଣ ଆଚାରୀ, କାଳିଆ, ମଧୁବାବୁ,ରାକେଶ ବେହେରା,ଉଦିତ ମାର୍ଥା,ଆଶିଷ ପଟେଲ,ନିଖିଳ ପଟେଲ,ରାଜୁ ବେହେରା,ରାମ ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l


