ଦୁଇଦିନିଆ ଦିବାରାତ୍ରି ଭଲିବଲ ଟୁର୍ଣାମେଣ୍ଟ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): ମା ବାଳକୁମାରୀ ଭଳିବଲ ଟିମ ୟୁଥ କ୍ଲବ ଆନୁକୂଲ୍ୟରେ ଚିକିଟି ଗଡ଼ ରାଜକବି ରାଧାମୋହନ ବିଦ୍ୟାପୀଠ ଖେଳ ପଡିଆ ରେ ଦୁଇ ଦିନିଆ ଦିବାରାତ୍ରି ଭଲି ବଲ ଟୁର୍ଣାମେଣ୍ଟ (ଡାବା )ଆରମ୍ଭ ହୋଇଯାଇଛି.ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ଦ୍ଧେଶ୍ୱର ପଟ୍ଟନାୟକ ମୁଖ୍ୟ ଅତିଥି.ସମ୍ମାନିତ ଅତିଥି ଭାବେ ଏସ ଏମ ସି ସଭାପତି ହରିଶ୍ଚନ୍ଦ୍ର ଦାସ,ପଣ୍ଡିତ ବଳରାମ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସହିତ କରିଥିଲେ.ଚିକିଟି ଏନ ଏ ସି ର ଛଅ ଟି ଟିମ କୁ ନେଇ ପ୍ରତିଯୋଗିତା ହୋଇଥିବା ବେଳେ ଚିକିଟି ଗଡ଼,ଚିକିଟି ପେଣ୍ଠ,କାରବାଲୁଆ,ତ୍ରିନାଥ ନଗର ଚାରି ଟିମ ସେମି ଫାଇନାଲ କୁ ବିବେଚିତ ହୋଇଛନ୍ତି.ଭାଇଚାରା ଓ ଏକତା ବଜାୟ ରଖିବା ସହ ସ୍ୱାସ୍ଥ୍ୟ ର ଉନ୍ନତି ଓ ଯୁବ ପିଢ଼ି ଙ୍କୁ ଖେଳ ପ୍ରତି ଉତ୍ସହିତ କରିବା ଆୟୋଜନ ର ମୁଖ୍ୟ ଉଦ୍ଧେଶ୍ୟ ବୋଲି ବରିଷ୍ଠ ଖେଳାଳି ଅଶୋକ କୁମାର ପାଣିଗ୍ରାହୀ କହିଛନ୍ତି. ରାଜି ଓ ଅଶୋକ ରେଫେରି ଦାୟିତ୍ୱ ତୁଲେଇ ଥିବା ବେଳେ ସ୍କୋରର ଭାବେ ଲଷ୍ମୀ,ଭାଷ୍ୟକାର ଭାବେ ପ୍ରମୋଦ ଅମୋଦିତ କରିଥିଲେ.ୟୁଥ କ୍ଲବ ର ଡ଼ଃ ରାମ ଶଙ୍କର ପଟ୍ଟନାୟକ,ସନ୍ତୋଷ ସାହୁ,ଡି.ଆନନ୍ଦ ରାଓ ଆଚାରି,ସିମାଞ୍ଚଳସାହୁ,ଜିତୁ.ବାପି, ବାବୁଲି,ଚୂଲବୁଲ,ରୁନା,ରିଙ୍କୁ,କେଞ୍ ଚୁ,ପପୁ,ଅରବିନ୍ଦ ପ୍ରମୁଖ ସହଯୋଗ କରିଥିଲେ.


